?????

ଆବଶ୍ୟକ ପ୍ରମାଣପତ୍ର ନଥିଲେ ଔଷଧ ବ୍ୟବସାୟ ମନା: ସଂଘ

ଝାରସଗୁଡା: ନିକଟରେ ଜିଲ୍ଲାର ଦୁଇ ଔଷଧ ଦୋକାନରୁ ନକଲି କମ୍ପାନୀର ଔଷଧ ଜବତ କରିଛନ୍ତି ଡ୍ରଗ୍ସ ଅଧିକାରୀ। ଏହାପରେ ସକ୍ରିୟ ହୋଇଛି ଝାରସୁଗୁଡା ଜିଲ୍ଲାର କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ। ଯେଉଁ ହୋଲସେଲ ମେଡିସିନ୍ ଡିଷ୍ଟ୍ରିବ୍ୟୁଟର ବ୍ୟବସାୟ କରୁଛନ୍ତି ସେମାନେ ବିଆଇଏସ ସାର୍ଟିଫିକେଟ ସହିତ ଆନୁଷଙ୍ଗିକ ପ୍ରମାଣପତ୍ର ନଥିଲେ ଜିଲ୍ଲାରେ ବ୍ୟବସାୟ କରିପାରିବେ ନାହିଁ ବୋଲି ମଙ୍ଗଳବାର ସଂଘ ପ୍ରେସ କନଫରେନସ ଜରିଆରେ କହିଛି।

ଜିଲ୍ଲାରେ ବଢ଼ୁଥିବା ବେଆଇନ ନକଲି ଔଷଧ କାରବାର ଉପରେ ରୋକ୍ ଲଗାଇବାକୁ ଯାଇ ଜିଲ୍ଲାର ଔଷଧ ବ୍ୟବସାୟୀ ସଂଘ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଡ୍ରଗ୍ସ ଅଧିକାରୀ ଯେଉଁ ସବୁ ନକଲି ଔଷଧ ଜବତ କରିଛନ୍ତି ତାହା ପରୀକ୍ଷାଗାରକୁ ପଠାଯାଇଛି ରିପୋର୍ଟ ଆସିବା ପରେ ଏବାବଦରେ ସଂଘ ପ୍ରତିକ୍ରିୟା ରଖିବ ବୋଲି କହିଛି। କିନ୍ତୁ ଡ୍ରଗ୍ସ ଅଧିକାରୀ ନକଲି ଔଷଧ ତିଆରି କରାଖାନା ଉପରେ ମଧ୍ୟ ଚଢ଼ାଉ କରି ଜବତ କରିବା ଦରକାର। ଏଭଳି ହେଲେ ବଜାରକୁ ଆଉ ନକଲି ଔଷଧ ଆସିପାରିବ ନାହିଁ ବୋଲି ସଂଘ କହିଛି।

Related Articles

Leave a Reply

Back to top button
error: Content is protected !!