?????

ଓଡିଶାରେ ଓମିକ୍ରନ ଅନ୍, ଆଉ 5 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ 5 କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 14 ଛୁଇଁଛି । ଗୁରୁବାର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ଏହି ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଦେଇଛି।

ଡିସେମ୍ବର 21ରେ ଓଡିଶାରେ ପ୍ରଥମେ ଓମିକ୍ରନ୍ ସଂକ୍ରମିତ ଦୁଇ ଜଣ ଚିହ୍ନଟ ହୋଇଥିଲେ । ଏହି ଦୁଇ ଜଣ ଯଥାକ୍ରମେ ନାଇଜେରିଆ ଏବଂ କାତାରରୁ ଫେରିଥିଲେ। ଏହାପରେ ଡିସେମ୍ବର 23ରେ ଆଉ ଦୁଇଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା 4 ହୋଇଥିଲା। ସ୍ୱାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ 11 ରୁ 15 ବର୍ଷ ବୟସର ଦୁଇ ପିଲା, ଯେଉଁମାନେ ନାଇଜେରିଆରୁ ଖୋର୍ଦ୍ଧାକୁ ଫେରିଥିଲେ, ସେମାନେ ନୂଆ ଭ୍ୟାରିଆଂଟ ଦ୍ୱାରା ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ରବିବାର ଚାରି ଜଣ ବ୍ୟକ୍ତି ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଓମିକ୍ରନ୍ ସଂକ୍ରମିତ ଚାରିଜଣଙ୍କ ମଧ୍ୟରୁ ତିନିଜଣ ନାଇଜେରିଆରୁ ଫେରିଥିବା ବେଳେ ଅନ୍ୟ ଜଣେ ସାଉଦି ଆରବରୁ ଆସିଥିଲେ। ସେହିପରି ଡିସେମ୍ବର 29ରେ କେନ୍ଦୁଝର ଜିଲ୍ଲାରୁ ଜଣେ ବ୍ୟକ୍ତି ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିଲେ। ସେ ଡିସେମ୍ବର 16ରେ ଦୁବାଇରୁ ଫେରିଥିଲେ।

ଉଲ୍ଲେଖଯୋଗ୍ୟ, ସାରା ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 961 ରେ ପହଞ୍ଚିଛି, ସେଥିମଧ୍ୟରୁ 320 ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି।

Related Articles

Leave a Reply

Back to top button
error: Content is protected !!