?????

ଏହି କାରଣ ପାଇଁ କାମ କରୁନଥିଲା ହ୍ୱାଟସଆପ, ଫେସବୁକ, ମେସେଞ୍ଜର

ନୂଆଦିଲ୍ଲୀ: ସୋମବାର ରାତି 9ଟା ପାଖରୁ ଏକରକମ ନିଷ୍କ୍ରିୟ ହୋଇଯାଇଥିଲା ଫେସବୁକ, ହ୍ୱାଟସଆପ ଏବଂ ଇନଷ୍ଟାଗ୍ରାମ । ଆଜି ଭୋର 4ଟା 20 ମିନିଟ ସମୟରେ ଏହି ତିନି ସୋଶିଆଲ ମିଡିଆ କମ୍ପାନୀ କିନ୍ତୁ ସକ୍ରିୟ ହୋଇଛି । ବୈଷୟିକ ତୃଟି ପାଇଁ ଏପରି ହୋଇଥିବା ଏହି ତିନି ସୋଶିଆଲ ମିଡିଆ କମ୍ପାନୀର ସିଇଓ ମାର୍କ ଜୁକର ବର୍ଗ କହିଛନ୍ତି । ଅନେକ ଲୋକ ଏହି ସମୟରେ ନିଜ ପ୍ରିୟଜନଙ୍କ ସହ ବାର୍ତ୍ତାଳପ କରିପାରିନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ସେହିପରି ହ୍ୱାଟସଆପର ସିଇୋ ଓ୍ବିଲି କ୍ୟାଥକାର୍ଟ କହିଛନ୍ତି, ଆପର ବ୍ୟାକଅପ ଚାଲିଥିଲା ତେଣୁ ହ୍ୱାଟସ ଆପ କାମ କରୁନଥିଲା । ଏବେ ଠିକ୍ ହୋଇଯାଇଛି । ଲୋକେ ଏହି ସମୟରେ ଯେଉଁ ଅସୁବିଧାକୁ ସାମ୍ନା କରିଛନ୍ତି ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ହ୍ୱାଟସଆପକୁ ଟ୍ରାକ୍ କରୁଥିବା ଏକ ୱେବସାଇଟର ରିପୋର୍ଟ ଅନୁୁଯାୟୀ 40 ପ୍ରତିଶତ ୟୁଜର ଆପ୍ ଡାଉନଲୋଡ୍ କରିବାରେ ଅସମର୍ଥ, 30 ପ୍ରତିଶତ ମେସେଜ୍ ପଠାଇବାରେ ଅସୁବିଧାକୁ ସାମ୍ନା କରିଥିବା ବେଳେ 22 ପ୍ରତିଶତ ୱେବରେ ହ୍ୱାଟସଆପ ଖୋଲିବା ବେଳେ ଅସୁବିଧାର ସାମ୍ନା କରିଛନ୍ତି ।

 

Related Articles

Leave a Reply

Back to top button
error: Content is protected !!