?????

ଦେଶରେ କମୁଛି ସଂକ୍ରମଣ, ଏବେ ବି ଚିନ୍ତାଜନକ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-19 ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ 24 ଘଣ୍ଟାରେ 70,421 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ମାର୍ଚ୍ଚ 31ଠାରୁ ସର୍ବନିମ୍ନ ଅଟେ ଏବଂ ଗତ 24 ଘଣ୍ଟା ମଧ୍ୟରେ କରୋନାରେ 3,921 ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ଆକଳନ କରାଯାଇଥିଲା। ଏହା କ୍ରମାଗତ ସପ୍ତମ ଦିନ ଯାହାକି ଭାରତରେ ସଂକ୍ରମିତ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି।

ଜୁନ୍ 13ରେ 80,834 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି 70,421 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶେରେ ଏବେ ମୋଟ୍ ସଂକ୍ରମିତ ସଂଖ୍ୟା 2,95,10,410 ଜଣ ରହିଛି। ଏବେ ସଂକ୍ରମିତ ସଂଖ୍ୟା 10 ଲକ୍ଷରୁ କମ୍ ରହିଛି। ଦେଶରେ ଏବେ ସୁଦ୍ଧା 9,73,158 ଜଣ କରୋନାରେ ଚିକିତ୍ସାଧୀନ ଥିବା ବେଳେ 3,74,305 ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ, ଗତ 24 ଘଣ୍ଟା ମଧ୍ୟରେ ମୋଟ 1,19,501 ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ 2,81,62,947 ଜଣଙ୍କୁ ଡିସଚାର୍ଜ କରାଯାଇଛି।

Related Articles

Leave a Reply

Back to top button
error: Content is protected !!