?????

ଜିଲ୍ଲାରେ ବ୍ୟାପିଛି ଧଳା ଜହର କାରବାର, ତିନି ଅଭିଯୁକ୍ତ ଗିରଫ

ଝାରସୁଗୁଡା: ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ପ୍ରାୟ 16.940 ଗ୍ରାମର ବ୍ରାଉନ ସୁଗର ଜବତ କରିଛି। ଏହି ଘଟଣାରେ 3 ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଙ୍ଗଳ ବଜାର ଅଂଚଳର। ଏହି ତିନି ଅଭିଯୁକ୍ତ ହେଲେ ଜିତେଶ କୁମ୍ଭାର, ଏମଡି ମୁମତାଜ ଓ ଇରସାଦ ଖାନ ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କର ମେଡିକାଲ ପରୀକ୍ଷା ହେବା ପରେ କୋର୍ଟ ଚାଲାଣ କରାଯାଇଥିଲା।

ଅଭିଯୁକ୍ତଙ୍କଠାରୁ 2ଟି କେଟିଏମ୍ ବାଇକ, 13 ହଜାର 90 ଟଙ୍କା, ଗୋଟିଏ ମୋବାଇଲ ଜବତ କରିଛି। ଏହି ବ୍ରାଉନ ସୁଗାର କଲିକତା, ରାଞ୍ଚିରୁ ଆସୁଥିଲା । ପରେ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ସୂଚନା ରହିଛି । ମଙ୍ଗଳବାର ଅପରାହ୍ନରେ ରାଉରକେଲାରୁ ଏହି ବ୍ରାଉନସୁଗାର ଆସୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ବିଭିନ୍ନ ସ୍ଥାନରେ ପୋଲିସ କଡା ଚେକିଂ କରିବା ସହିତ ଅଭିଯୁକ୍ତମାନଙ୍କୁ ଏୟାରପୋର୍ଟ ଛକରୁ ଗିରଫ କରିଥିଲା।

ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ବୁଧବାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଛକ ନିକଟରେ ଗାଡ଼ି ଚେକିଂ ହେଉଥିବା ବେଳେ ଝାରସୁଗୁଡ଼ା ପୁଲିସ ଦୁଇଟି କେଟିଏମ୍ ବାଇକରେ ଯାଉଥିବା 4 ଜଣ ଯୁବକଙ୍କୁ ଅଟକାଇଥିଲା। ଆୟୁବ ଖାନ ନାମକ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ବାକି ତିନି ଜଣ ଯୁବକଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା। ଅଭିଯୁକ୍ତଙ୍କୁ ପୋଲିସ ଜେରା କରିବା ପରେ ଜଣାପଡିଥିଲା ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲିଛି । ଆଉ ଏହି ଚାରି ଯୁବକ ବ୍ରାଉନସୁଗାର ଆଣି ଝାରସୁଗୁଡ଼ାରେ ପହଞ୍ଚାଉଥିଲେ। ଗାଡିରେ ଆସିବାବେଳେସିଟ୍ ଭିତରେ ବ୍ରାଉନସୁଗାରକୁ ଲୁଚାଇ ରଖିଥିବା ଜଣାପଡ଼ିଥିଲା।

Related Articles

Leave a Reply

Back to top button
error: Content is protected !!