‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ନେଇ ରାଜ୍ୟ କେନ୍ଦ୍ର ପାଖରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରଖିନାହିଁ’

0
185

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ଖଣ୍ଡପୀଠ ପ୍ରତିଷ୍ଠା କେମିତି ହେବ। ସରକାର ବିଚାର କରିବେ ନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶ କ୍ରମେ ଖଣ୍ଡପୀଠ ପ୍ରତିଷ୍ଠା ହେବ? ଆଜି ବରଗଡ ସାଂସଦ ସୁରେଶ ପୂଜାରୀ ସଂସଦରେ ଏହି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ।

ସେ କହିଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରଖିନାହାନ୍ତି। ମନ୍ତ୍ରୀଙ୍କ ଏପରି ଉତ୍ତର ଏବେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛି।

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହି‌ଛନ୍ତି, ସୁପ୍ରିମକୋର୍ଟର 2000 ମସିହାରେ ଯଶୱନ୍ତ ସିଂହ କମିଶନଙ୍କ ରାୟ ଅନୁଯାୟୀ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କ୍ରମେ ବିଚାର କରାଯାଇ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ କରାଯାଏ। ଏହି ପୂର୍ଣ୍ଣାଙ୍ଗ ପ୍ରସ୍ତାବରେ ସରକାର ଖଣ୍ଡପୀଠ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଯୋଗାଇ ଦେବା ଓ ବ୍ୟୟଭାର ବାବଦରେ ସୁଚାଇବେ। ଯାହାକୁ ମୁଖ୍ୟ ବିଚାରପତି ଓ ରାଜ୍ୟପାଳ ସହମତି ପ୍ରକାଶ କରିବା ଦରକାର।

କେନ୍ଦ୍ର ସରକାର ପାଖରେ ରାଜ୍ୟ ସରକାର ଓଡ଼ିଶାରେ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ଖଣ୍ଡପୀଠ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ମଧ୍ୟ ଏହାକୁ ନେଇ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ କହିଛି। ହେଲେ ରାଜ୍ୟ ସରକାର କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇନଥିବା ଆଇନ୍ ମନ୍ତ୍ରୀଙ୍କ ଉତ୍ତରରୁ ଏହା ଜଣାପଡ଼ିଛି