?????

ଇନଡୋର ଷ୍ଟାଡିୟମ ପ୍ରକଳ୍ପ ପାଇଁ କେଉଁଠୁ ପଇସା ଆଣିଲ?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର 89ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରକଳ୍ପ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛି ବିଜେପି। ଆଗକୁ ପଞ୍ଚାୟତ ନିର୍ବାଚନ ସହିତ ପୌର ନିର୍ବାଚନ ହେବାର ଅଛି। ତେଣୁ ଭୋଟ୍ ବ୍ୟାଙ୍କ ହାତେଇବାକୁ ଯାଇ ରାଜ୍ୟ ସରକାର ଏପରି ପ୍ରକଳ୍ପ ବାବଦରେ ଘୋଷଣା କରିଛି ବୋଲି ବିଜେପିର ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ପ୍ରେସ କନଫରେନସ କରି କହିଛନ୍ତି।
ଟଙ୍କଧର ଓଡ଼ିଶା ସରକାରଙ୍କୁ ଷ୍ଟାଡିୟମ ନିର୍ମାଣ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ଖର୍ଚ୍ଚ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଦାବି କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନିର୍ମାଣ ହେବାକୁ ଥିବା 89 ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରକଳ୍ପ ବିପର୍ଯ୍ୟୟ ସମୟରେ କମ୍ୟୁନିଟି ଆଶ୍ରୟସ୍ଥଳୀ ଭାବରେ ବ୍ୟବହୃତ ହେବ ଏବଂ ମହାମାରୀ ସମୟରେ ସ୍ଥାନୀୟ ହସ୍ପିଟାଲରେ ପରିଣତ ହେବ। ସେହିପରି ଷ୍ଟାଡିୟମରେ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ତେଣୁ ଷ୍ଟାଡିୟମ ନିର୍ମାଣ ପାଇଁ କେନ୍ଦ୍ର, ରାଜ୍ୟ ଏବଂ ପ୍ରତ୍ୟେକ ବିଭାଗ କେତେ ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ ସେ ନେଇ ତଥ୍ୟ ସାର୍ବଜନୀନ କରିବା ଦରକାର ବୋଲି ସେ କହିଛନ୍ତି।
ବିଭିନ୍ନ ପୌରସଂସ୍ଥା ଏବଂ ଏନଏସି ଅଧୀନରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ଏକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିବେ। ଯେଉଁଠାରେ ଏହି ଷ୍ଟାଡିୟମ ନିର୍ମାଣ ହେବ ସେହି ଜିଲ୍ଲାପେ ପୌର ସଂସ୍ଥା ଏବଂ ଏନଏସିର ନାମ ସରକାରଙ୍କୁ ପ୍ରକାଶ କରିବାକୁ କହିଛନ୍ତି ଟଙ୍କଧର। ସେହିପରି ରାଜ୍ୟରେ କ୍ରୀଡ଼ାର ବିକାଶରେ ସହଯୋଗ କରିଥିବା ସମ୍ପୃକ୍ତ ଅଞ୍ଚଳର ଜଣାଶୁଣା କ୍ରୀଡ଼ା ବିତଙ୍କ ନାମରେ ଏହି ସବୁ ଷ୍ଟାଡିୟମ କରିବାକୁ ସେ ଦାବି କରିଛନ୍ତି।

Related Articles

Leave a Reply

Back to top button
error: Content is protected !!