?????

ଝାରସୁଗୁଡ଼ାରେ ଟିକାକରଣ ଆରମ୍ଭ କରିବାକୁ ଦାବି

ଝାରସୁଗୁଡା: ସାରା ଦେଶରେ କରୋନାର କୋପ ଜାରି ରହିଛି। ଓଡ଼ିଶାର ସମସ୍ତ ଜିଲ୍ଲା ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଝାରସୁଗୁଡ଼ାରେ ମଧ୍ୟ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖା ଦେଇଛି। ଗତ କିଛି ଦିନ ହେବ ପ୍ରତେକ ଦିନ ଝାରସୁଗୁଡ଼ା ଜିଲ୍ଲାର ଲୋକେ ଏହି ସଂକ୍ରମଣ କାରଣରୁ ପ୍ରାଣ ମଧ୍ୟ ହରାଉଛନ୍ତି। ତେବେ ନିକଟରେ ସରକାର ରାଜ୍ୟର ୫ ପ୍ରମୁଖ ସଂକ୍ରମିତ ସହରରେ  ୧୮ରୁ ୪୪ବର୍ଷ ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ କରାଯିବ ବୋଲି କହିଛନ୍ତି। କିନ୍ତୁ ସେହି ୫ ପ୍ରମୁଖ ସହର ଭିତରେ ଝାରସୁଗୁଡ଼ା ଜିଲ୍ଲାର ସ୍ଥାନ ନାହିଁ।

ତେଣୁ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ (ବେଲପାହାଡ଼,ବ୍ରଜରାଜନଗର, ଝାରସୁଗୁଡ଼ା) ମଧ୍ୟ ସଂକ୍ରମଣ ବହୁ ମାତ୍ରା ରେ ବଢୁଛି। ଏହାକୁ ଆଖି ଆଗରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି।

Related Articles

Leave a Reply

Back to top button
error: Content is protected !!