?????

ଧନୁ ସଂକ୍ରାନ୍ତିରେ ମୁଆଁ, ଜାଣନ୍ତୁ ଏହାର ପରମ୍ପରା

ଝାରସୁଗୁଡା: ଗତକାଲି ଥିଲା ଧନୁ ସଂକ୍ରାନ୍ତି। ସଂକ୍ରାନ୍ତିମାନଙ୍କ ମଧ୍ୟରୁ ଏହା ଏକ ବଡ଼ ସଂକ୍ରାନ୍ତି ବୋଲି ବିବେଚନା କରାଯାଏ। ଓଡ଼ିଆଙ୍କ ଘରେ ଘରେ ଏହି ଦିନ ମୁଆଁ ଭୋଗ ଲାଗି ହୁଏ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ସାଧାରରତଃ ବର୍ତ୍ତମାନ ଏହି ସମୟରେ ଧାନ ଅମଳ ହୋଇଥାଏ। ନୂଆ ଧାନରୁ ଖଇ ପ୍ରସ୍ତୁତ କରାଯାଇ ସେଥିରେ ଗୁଡ଼ ପାଗ କରି ମୁଆଁ ତିଆରି କରାଯାଏ। ପ୍ରଥମେ ଦିଅଁଙ୍କ ନିକଟରେ ଭୋଗ ଲାଗିହୁଏ।  କେଉଁ କାଳରୁ ଧନୁ ଏହି ପରମ୍ପରା ଚାଲି ଆସିଛି।  ଏହି ଧାରାରେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ସ୍ୱାଦର ମୁଆଁ ପ୍ରସ୍ତୁତ କରାଯାଉଛି । ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ । ତେଣୁ ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା।  କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନ୍‌ରେ ବି ମିଳୁଛି ।

ଧନୁ ସଂକ୍ରାନ୍ତି ଆସିଲେ ମୁଆଁର ଚାହିଦା ବଢ଼ିଯାଏ  । ଲିଆକୁ ଘିଅରେ ମିଶାଇବା ପରେ ଏହାକୁ ଚିନି ଓ ଗୁଡ଼ରେ ପ୍ରସ୍ତୁତ କରାଯାଏ । ଏହାକୁ ସୁସ୍ୱାଦୁ କରିବା ପାଇଁ ଗୋଲ ମରିଚ, ଜୁଆଣି ଗୁଣ୍ଡ, ନଡ଼ିଆ, ବାଦାମ ମିଶା ଯାଏ । ସ୍ୱାଦ ଅନୁଯାୟୀ,  ମୁଆଁ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ଯାଏଁ ବଜାରରେ ବିକ୍ରି ହୋଇଥାଏ ।

କାହିଁ କେଉଁ ଆବାହନ କାଳରୁ ଧନୁ ମୁଆଁ ଓଡ଼ିଆ ପରମ୍ପରାର ଏକ ଅଂଶ ହୋଇ ରହିଥିବା ବେଳେ ଏବେ ପ୍ରସ୍ତୁତ ହେଉଛି ଭଳି ଭଳିକା ମୁଆଁ । ପାରମ୍ପରିକ ଛୁଙ୍କ ସହ ଆଧୁନିକତାର ସ୍ପର୍ଶ ବି ରହିଛି ।  ଧନୁ ସଂକ୍ରାନ୍ତି ନିମନ୍ତେ ବ୍ରହ୍ମପୁରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ମୁଆଁ । ଖାଇବାକୁ ମୁସୁମୁସିଆ ଆଉ ସ୍ୱାଦରେ ବି ଅନନ୍ୟ । ସୁବାସିତ ଘିଅରେ ପ୍ରସ୍ତୁତ ହେଉଛି, ଆଉ ପ୍ୟାକିଂ ପରେ ମନ ଖୁସିରେ ଗ୍ରାହକ ଏହାକୁ କିଣି ନେଉଛନ୍ତି।  କାଜୁ, ପିସ୍ତା, ବାଦାମ ସହ ଅନେକ ପ୍ଲେଭରରେ ଏସବୁକୁ ତିଆରି କରାଯାଇଛି । କ୍ୟାଲିଟି ଓ ପ୍ରସ୍ତୁତୀକରଣକୁ ନେଇ ଭିନ୍ନ ଭିନ୍ନ ଦର ବି ରହିଛି । କିଲୋ ପିଛା ଶହେ ଟଙ୍କାରୁ ଆରମ୍ଭ କରି ଦୁଇ ହଜାର ଟଙ୍କା ଯାଏଁ ବି ବିକ୍ରି କରାଯାଉଛି ।

Related Articles

Leave a Reply

Back to top button
error: Content is protected !!