?????

ସାରା ରାଜ୍ୟରେ ନିର୍ଦ୍ଧୁମ କାଚିବ ବର୍ଷା, ଗୁରୁବାର ଝାରସୁଗୁଡାରେ!

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ତେଣୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଯଦି ଏହି ବଳୟ ସୃଷ୍ଟି ହେବ ତାହେଲେ ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ବୁଧବାର ପାଖରୁ ଶନିବାର ଯାଏ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଝାରୁସୁଗୁଡାରେ 29 ତାରିଖ ଅର୍ଥାତ ଗୁରୁବାର ଅଧିକ ବର୍ଷା ହେବାର ସମ୍ବାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେଣୁ ଏବେ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜଗତତ୍ସିଂହପୁର ଏବଂ କଟକରେ ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି।

ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଦା ଏବଂ ସମ୍ବଲପୁରରେ ବୁଧବାର ସକାଳ 8ଟା 30ରୁ ଗୁରୁବାର 8ଟା 30 ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ଗୁରୁୂବାର ସକାଳ 8ଟା 30ରୁ ଶୁକ୍ରବାର 8ଟା 30 ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ।

ଆଇଏମଡି ଆହୁରି ମଧ୍ୟ କହିଛି ଯେ ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related Articles

Leave a Reply

Back to top button
error: Content is protected !!