ଏବେ ସାରା ଦେଶରେ କେନ୍ଦ୍ର କରିବ ଟିକାକରଣ

ନୂଆଦିଲ୍ଲୀ: ଏପ୍ରିଲ 30 ପୂର୍ବରୁ ଟିକାକରଣକୁ ନେଇ କେନ୍ଦ୍ର ଯେଉଁ ନିୟମ ରଖିଥିଲା ଏବେ ସେହି ନିୟମକୁ ପୁଣି ଥରେ ଲାଗୁ କରିଛି କେନ୍ଦ୍ର ସରକାର। ଅର୍ଥାତ୍ ରାଜ୍ୟ ସରକାର ଆଉ ଟିକା କିଣିପାରିବେ ନାହିଁ। କେନ୍ଦ୍ର ଟିକା କମ୍ପାନୀ ପାଖରୁ ସିଧା ଟିକା କିଣିବ ଆଉ ରାଜ୍ୟକୁ ଯୋଗାଇବ। ମୋଟ୍ ଟିକା ଉତ୍ପାଦନର 75 ପ୍ରତିଶତ କେନ୍ଦ୍ର କିଣିବ ଏବଂ ବାକି 25 ପ୍ରତିଶତ ଘରୋଇ ହସ୍ପିଟାଲକୁ କିିଣିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ 18ରୁ 44 ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଉଥିବା ବେଳେ ବାକି ବର୍ଗର ଲୋକଙ୍କୁ କେନ୍ଦ୍ର ମାଗଣାରେ ଯୋଗାଉ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜୁନ୍ 21 ରୁ 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ। ଏହା ସହିତ ସେ କହିଛନ୍ତି ଯେ ରାଜ୍ୟମାନଙ୍କୁ ଦିଆଯାଇଥିବା 25 ପ୍ରତିଶତ ଟିକାକରଣର ଦାୟିତ୍ୱ ମଧ୍ୟ କେନ୍ଦ୍ର ସରକାର ଫେରାଇ ଆଣିବେ। ଏପ୍ରିଲ 30 ପର୍ଯ୍ୟନ୍ତ ଟିକାକରଣ ନୀତି ଥିଲା ଏବେ ଜୁନ 21 ପରେ ସମାନ ନୀତିରେ ଚାଲିବ। ତେବେ ଘରୋଇ ଡାକ୍ତରଖାନାଗୁଡ଼ିକୁ 25 ପ୍ରତିଶତ ଟିକା ଯୋଗାଣ ପୂର୍ବପରି ଜାରି ରହିବ। ବେସରକାରୀ ଡାକ୍ତରଖାନା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କରୋନା ଟିକାକରଣର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ବ୍ୟତୀତ ସେମାନେ 150 ରୁ ଅଧିକ ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ 16 ରୁ 30 ଏପ୍ରିଲ ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଥିଲା। ଏହି ସମୟରେ ଅନେକ ରାଜ୍ୟ ସରକାର କହିଛନ୍ତି ଯେ ଟିକା କାମକୁ ବିକେନ୍ଦ୍ରୀକରଣ କରାଯିବା ଉଚିତ। ଟିକାକରଣ ପାଇଁ ବୟସ ବର୍ଗ କାହିଁକି ସୃଷ୍ଟି ହେଲା ସେନେଇ ବିଭିନ୍ନ ସ୍ୱର ଉତ୍ତୋଳନ କରାଯାଇଥିଲା। ବୃଦ୍ଧଙ୍କୁ କାହିଁକି ଟିକାକରଣ ଆଗରୁ କରାଯାଉଛି ସେନେଇ କିଛି ସ୍ୱର ମଧ୍ୟ ଉଠିଥିଲା। ବହୁ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯାଇଛି ଯେ ଯଦି ରାଜ୍ୟ ସରକାର ସେମାନଙ୍କ ତରଫରୁ ଉଦ୍ୟମ କରିବାକୁ ଚାହୁଁଛନ୍ତି, ତେବେ ଭାରତ ସରକାର କାହିଁକି ଆପତ୍ତି କରିବେ?