?????

ଚାଇଲଡ଼ ଲାଇନ ସହ ବନ୍ଧୁତା ସପ୍ତାହ ଅଭିଯାନର ଶୁଭାରମ୍ଭ

ଝାରସୁଗୁଡା: ନଭେମ୍ବର 14 ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କୁ ଜନ୍ମ ଦିବସକୁ ସାରା ଦେଶରେ ଶିଶୁ ଦିବସ ରୂପେ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡା ଚାଇଲଡ଼ ଲାଇନ ତରଫରୁ ସପ୍ତାହ ବ୍ୟାପୀ ଚାଇଲଡ଼ ଲାଇନ ସହ ବନ୍ଧୁତା ଅଭିଯାନର ଶୁଭାରମ୍ଭ ହେଇଯାଇଛି। ରବିବାର ଚାଇଲଡ଼ ଲାଇନ ତରଫରୁ ବେଳପାହାଡ଼ର ଥକ୍କର ବାପା ଶିଶୁ ଯନ୍ତ୍ର ଅନୁଷ୍ଠାନରେ ଶିଶୁ ମାନଙ୍କ ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ଏହି ଅବସରରେ ଶିଶୁ ମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ସ୍ଲୋଗାନ ଲିଖନ ପ୍ରତିଯୋଗିତା  ଆୟୋଜନ ହୋଇଥିଲା। କୃତି ଶିଶୁ ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ ଅତିଥି। ଚାଇଲଡ଼ ଲାଇନର ଜ଼ିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧଃକ୍ଷା ଆନନ୍ଦିନି ପାଢ଼ୀ,ସମ୍ମାନିତ ଅତିଥି ଭାବେ ଜ଼ୀଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା,ଶିଶୁ ମଙ୍ଗଳ କମିଟିର ସଭ୍ୟା ମମତା ତ୍ରିପାଠୀ, ଅହଲ୍ୟା ନାଏକ, ଗୁଣନିଧି ଭଇଁସା,ବେଳପାହାଡ଼ର ଥକ୍କର ବାପା ଶିଶୁ ଯନ୍ତ୍ର ଅନୁଷ୍ଠାନର ସମ୍ପାଦକ ନିରାକାର କିଷାନ,ଗୋପୀନାଥ ମାଝୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଚାଇଲଡ଼ ଲାଇନର ସଦସ୍ୟ ରାଧେଶ୍ୟାମ ନାଏକ,ଶୁଭଶ୍ରୀ ସାହୁ,ଜ୍ୟୋସ୍ନା ପ୍ରଧାନ, ଡୋଲାମଣି ସେଟ,ଟିକେଶ୍ୱରୀ ପଟେଲ,ଥକ୍କର ବାପା ଶିଶୁ ଯନ୍ତ୍ର ଅନୁଷ୍ଠାନର ଟିକେଶ୍ୱର ସୁନା,ମାନସ ମଲିକ,ସୁଜନ ପଟେଲ,ରସାନନ୍ଦ ମାଝି ପ୍ରମୁଖ ସହଯୋଗ କରିଥିଲେ।

Related Articles

Leave a Reply

Back to top button
error: Content is protected !!