କାଳବୈଶାଖୀ ପାଇଁ ହିଟ୍ ଓ୍ୱେଭରେ ଲାଗିବ ବ୍ରେକ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ହିଟ-ୱେବରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ ଆଗାମୀ ୩ ଦିନ ପରେ ରାଜ୍ୟରେ କମିବ ତାପମାତ୍ରା । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେ ୧ ରୁ ୨ ମଧ୍ୟରେ ତାପମାତ୍ରା ଦିନ ବେଳା ୨ ଡିଗ୍ରୀ ଯାଏଁ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଉପରେ ରହିବ ତାପମାତ୍ରା ।ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଏହା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ରହିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହୋଇପାରେ । ଦିନ ସମୟରେ ବାହାରକୁ ଯିବା ଆସିବା ବେଳେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ସତର୍କ ସୂଚନା ଦେଇ ପାଣିପାଗ ବିଭାଗ କହିଛି, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧରେ ଏପ୍ରିଲ ୨୯ରେ ଅଧିକ ତାପମାତ୍ରା ରହିପାରେ ସେହିପରି ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧରେ ଏପ୍ରିଲ ୩୦ରେ ଅଦିକ ତାପମାତ୍ରା ରହିପାରେ।