ଝାରସୁଗୁଡା ପାରିବାରିକ କୋର୍ଟର ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

0
68

ଝାରସୁଗୁ଼ଡା: ଜିଲ୍ଲା କୋର୍ଟ ପରିସରରେ ଏକ ପାରିବାରିକ କୋର୍ଟ ଖୋଲିଛି । ଗୁରୁବାର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଚର ଏସ ମୁରଲୀଧର ଏହି କୋର୍ଟର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଉଦଘାଟିତ ହୋଇଛି କୋର୍ଟ । ଉଦଘାଟନ ଅବସରରେ ଉଚ୍ଚ ନ୍ୟାୟଳୟର ଅନ୍ୟତମ ବିଚାରପତି ଜଷ୍ଟିସ କେ.ଆର ମହାପାତ୍ର ଉପସ୍ଥିତ ଥିଲେ। ଏହି ପାରିବାରିକ କୋର୍ଟ ସ୍ଥାନୀୟ ଅଂଚଳ ପାଇଁ ଉପଯୋଗୀ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ଜିଲ୍ଲା ଏବଂ ସେସନ କୋର୍ଟର ବିଚାରପତି, ନିସିଥ ନିଶଙ୍କ, ଅତିରିକ୍ତ ବିଚାରପତି ଏହି ପୋଶକୋ ସ୍ପେଶାଲ କୋର୍ଟର ପିଓ ମଣ୍ଡନଲାଲ ଖେଡିଆ, ପାରିବାରିକ କୋର୍ଟର ବିଚାରପତି ହର ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଓ ସେସନ କୋର୍ଟର ଅତିରିକ୍ତ ବିଚାରପତି ସତ୍ୟବ୍ରତ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଦିପ କୁମାର ସାମଲ, ସଚିବ ଡିଏଲଏସଏ ହର ପ୍ରସାଦ ପାଢୀ ଏବଂ ଅନ୍ୟମାନଙ୍କ ସହିତ ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସପି ବିକାଶ ଚନ୍ଦ୍ର ଦାଶ ଏବଂ ଝାରସୁଗୁଡା ଜିଲ୍ଲା ବାର ଆସୋସିଏସନର ସଭାପତି ତଥା ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।