?????

ହସ୍ପିଟାଲ ରାସ୍ତାରେ ଭାରିଯାନ ଚଳାଚଳ ଉପରେ ରୋକ୍ ଲଗାଇବାକୁ ଦାବି

ଝାରସୁଗୁଡା: ଝାରସୁଗୁଡା ସଦର ହସ୍ପିଟାଲକୁ ସଂଯୋଗ ହୋଇଥିବା ରାସ୍ତାର ଚିତ୍ର ବେହାଲ ରହିଛି। ବିଗତ ତିନି ବର୍ଷ ହେବ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କାମ ଶେଷ କରିନପାରି ଅଧପନ୍ତରିଆ କରି ପକାଇ ଦେଇଛି। ତେଣୁ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପାଇଁ ଏହି ରାସ୍ତା ମରଣଯନ୍ତା ପାଲଟିଛି ବୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲାର ପ୍ରମୁଖ ବିଜେପି ନେତା ଟଙ୍କଧର ତ୍ରିପାଠୀ।

ଶ୍ରୀଯୁକ୍ତ ତ୍ରିପାଠୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଯେ  ହେଲେ ଏହି ରାସ୍ତା ଦେଇ ଭାରିଯାନ ପ୍ରତିଦିନ ଯବି ଆସିବା କରୁଛି। ଯେଉଁଥିପାଇଁ ମୁଖ୍ୟତଃ ରାସ୍ତାର ସ୍ଥିତି ବେହାଲ ରହିଛି। ତେଣୁ ସକାଳ 7ଟାରୁ ରାତି 10ଟା ମଧ୍ୟରେ ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ଦେଇ ଭାରିଯାନ ଚଳାଚଳ ଉପରେ ରୋକ୍ ଲଗାଯିବା ଆବଶ୍ୟକ ବୋଲି ଟଙ୍କଧର କହିଛନ୍ତି।

Related Articles

Leave a Reply

Back to top button
error: Content is protected !!