?????

ୟୁପି ନିର୍ବାଚନ ପାଇଁ ବିଜେପି ଆରମ୍ଭ କଲା ବ୍ଲୁ ପ୍ରିଣ୍ଟ !

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଥିଲେ। 2022 ମସିହାରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନକୁ ନେଇ ବିଜେପିର ଏହି ତିନି ଶୀର୍ଷ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ରହିଛି।

ଏହି ବୈଠକରେ ଉତ୍ତରପ୍ରଦେଶ ନିର୍ବାଚନର ରଣନୀତି ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ଉତ୍ତରପ୍ରଦେଶରେ 2022 ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 2024 ଲୋକସଭା ନିର୍ବାଚନର ସଫଳତା 2022ର ସଫଳତା ଉପରେ ନିର୍ଭର କରେ। ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପି ବହୁ ଗମ୍ଭୀରତାର ସହ ବିଚାର କରୁଛି। ଏଭଳି ପରିସ୍ଥିତିରେ ବିଜେପି ସଂଗଠନ ସ୍ତରରେ ନିୟମିତ ବୈଠକ କରି ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ରହିଛି।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ଗୁରୁବାର ପ୍ରଥମ ଦିନରେ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ଦୁଇ ନେତା ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସୂତ୍ରରୁ ପ୍ରକାଶ ଯେ ଏହି ସମୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୟୁପି କରୋନା ଲଢେଇର ମଡେଲ ବିଷୟରେ କହିଥିଲେ।

Related Articles

Leave a Reply

Back to top button
error: Content is protected !!