?????

2021-22 ଖରିଫ ଫସଲର ଏମଏସପିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଆର୍ଥିକ ବ୍ୟାପାର କମିଟି 2021-22 ବଜାର ଋତୁ ପାଇଁ ବନ୍ଧିତ ଖରିଫ ଫସଲର ନ୍ୟୂନତମ ସହାୟକ ମୂଲ୍ୟ (ଏମଏସପି)ର ଅନୁମୋଦନ କରିଛନ୍ତି। ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ ସରକାର 2021-22 ବଜାର ଋତୁ ପାଇଁ ଖରିଫ ଶସ୍ୟର ନ୍ୟୂନତମ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।

ଗତବର୍ଷ ତୁଳନାରେ ସବୁଠାରୁ ଅଧିକ ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା 452ଟଙ୍କା ରାଶି ଉପରେ ବୃଦ୍ଧି କରିଥିବାବେଳେ ତା ପଛକୁ ହରଡ ଓ ବିରି କ୍ୱିଣ୍ଟାଲ ପିଛା ତିନିଶହ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ବାଦାମ କ୍ୱିଣ୍ଟାଲ ପିଛା 275ଟଙ୍କା ଓ ଅଳସୀ 235ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଗତବର୍ଷର ସହାୟକ ମୂଲ୍ୟ ତୁଳନାରେ ଏହି ଅତିରିକ୍ତ ବୃଦ୍ଧି ଫସଲ ନ ବଦଳାଇବା ପାଇଁ କରାଯାଇଛି।

ଗତ କିଛି ବର୍ଷରେ ଏମଏସପିର ପୁନର୍ବିନ୍ୟାସ ତୈଳବୀଜ, ଡାଲି ଓ ଅନ୍ୟାନ୍ୟ ମୋଟା ଶସ୍ୟ କ୍ଷେତ୍ରରେ କରାଯାଇଛି । ଏହାଫଳରେ ଚାଷୀମାନେ ଏହି ସବୁ ଫସଲ ଅଧିକ ଜମିରେ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଚାହିଦା-ଯୋଗାଣ ଅସନ୍ତୁଳନରେ ସୁଧାର ଆଣିବେ । ଯେଉଁ ଭୂତଳ ଜଳସ୍ତରଜନିତ ଅସୁବିଧା ରହିଛି ସେଠାରେ ଧାନ ଓ ଗହମ ଉତ୍ପାଦନକୁ ଭରଣା କରିବା ପାଇଁ ପୌଷ୍ଟିକତା ଭରପୁର ଡାଲିଜାତୀୟ ଶସ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରୟାସ ହୋଇଛି।

Related Articles

Leave a Reply

Back to top button
error: Content is protected !!