?????

ଉପନିର୍ବାଚନ ଡ୍ୟୁଟି କରିବା ବେଳେ ଟଳି ପଡିଲେ ହୋମଗାର୍ଡ

ଝାରସୁଗୁଡା: ଉପନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ହୋମଗାର୍ଡ ଅସୁସ୍ଥ ହୋଇପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ତ୍ରିଲୋଚନ ମହାନ୍ତି ବୋଲି ଜଣାପଡିଛି । ତାଙ୍କର ବୟସ ୪୫ । ସେ ବୁଥ ନମ୍ବର ୨୩୮ରେ ନିୟୋଜିତ ଥିଲେ । ସରଦାମାଳ ଗ୍ରାମପଞ୍ଚାୟତରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିଲା ଏହି ବୁଥ । ଆଜି ଶବ ବ୍ୟବଛେଦ ହେବା ପରେ ରିପୋର୍ଟ ଆସିବ ବୋଲି ଜଣାପଡିଛି ।

ତ୍ରିଲୋଚନ ଡ୍ୟୁଟି କରିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ତାଙ୍କୁ ଭିମସାର ହସ୍ପିଟାଲକୁ ଅଣାଯାଇଥିଲା ପରେ କିନ୍ତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲାା ମୃତକଙ୍କ ପରିବାରରେ ତାଙ୍କର ପତ୍ନୀ ଏବଂ ୧୦ ବର୍ଷୀୟ ଝିଅ ଏବଂ ୩ ବର୍ଷର ଯାଁଳା ଛୁଆ ରହିଛନ୍ତି । ସେ ଜିଲ୍ଲାର ସଦର ଥାନାରେ ହୋମଗାର୍ଡ ଭାବେ ନିୟୋଜିତ ଥିଲେ ।

ସେହିପରି ସୋମବାର ସକାଳେ ଅନ୍ୟ ଜଣେ ପୋଲିଂ ଅଫିସର ଦିଲ୍ଲୀପ ଖଡିଆ (୪୫)ଙ୍କର ୧୬୯ ନମ୍ବର ପୋଲିଂ ବୁଥରେ ପ୍ରାଣ ହରାଇଥିଲେ । ଏହି ପୋଲିଂ ବୁଥଟି ଲୋଇସିଙ୍ଗା ପଞ୍ଚାୟତର ଫଲସାଧିପା ଗାଁରେ ରହିଛି । ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ହୃଦଘାତ ଯୋଗୁଁ ମୃତୁ୍ୟ ଘଟିଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଖଡିଆ ପୋଲିଂ ବୁଥରେ ଥିଲେ । ସଂଧ୍ୟା ସମୟରେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ବ୍ରଜରାଜନଗରରେ ଥିବା ମାନଡାଲିଆର ସେଣ୍ଟ୍ରାଲ ହସ୍ପିଟାଲକୁ ନିଆଯାଇଥିଲାା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ ଖଡିଆଙ୍କ ଘର ତାଳପତିଆର ଟାଙ୍ଗରପାଲି ଗାଁର ବୋଲି ଜଣାପଡିଛି । ସେ ପେଶାରେ ଜଣେ ଶିକ୍ଷକ ଥିଲେ ।

ଜିଲ୍ଲାପାଳ ତଥା ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀ ସରୋଜ କୁମାର ସାମଲ କହିଛନ୍ତି, ସୂଚନା ପାଇବା ପରେ ହସ୍ପିଟାଲରେ ପହଞ୍ଚିଥିଲି । ପରେ ଡାକ୍ତରଙ୍କ ସହ ଏ ବାବଦରେ ଆଲୋଚନା କରିଛି । ହୃଦଘାତ ଯୋଗୁଁ ମୃତୁ୍ୟ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । କିନ୍ତୁ ଶବ ବ୍ୟବଛେଦ ପରେ ପ୍ରକୃତ ରିପୋର୍ଟ ଆସିବ । ଏବାବଦରେ ଆମେ ନିର୍ବାଚନ କମିଶନଙ୍କୁ ଜଣାଇବୁ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ଏବେ ରହିଛି । ସେହିପରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କାର ବ୍ୟବସ୍ଥା ରହିଛି । ଏଥିସହ ପିଲାମାନଙ୍କ ପାଠ ପଢା ପାଇଁ ଆର୍ଥିକ ସହାୟତା ଦେବୁ ।

Related Articles

Leave a Reply

Back to top button
error: Content is protected !!