?????

ପଞ୍ଚାୟତ ପରୀକ୍ଷା: କିଏ ମାରିବ ବାଜି, ଜବାବ ରଖିଲେ ପ୍ରମିଳା ଏବଂ ଗୋଲକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ କିଏ ମାରିବ ବାଜି,କିଏ ମାରିବ ଚିତପଟାଙ୍ଗ । ଗୁରୁବାର ପାଖରୁ ତୁଙ୍ଗ ନେତା ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପରେ ଏବେ କିଏ ଜିତିବ କିଏ ହାରିବ ସେ ନେଇ ଆରମ୍ଭ କରିଛନ୍ତି ଭବିଷ୍ୟବାଣୀ । ଚଳିତ ପଂଚୟତ ନିର୍ବାଚନରେ କଂଗ୍ରେସ ପଛରେ ପଡିସାରିିିଛି। ବିଜେପିର ଅନେକ ପ୍ରାର୍ଥୀ ପ୍ରତ୍ୟାହାର କରିବା ଏବଂ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରାର୍ଥୀ ଅପହରଣ ହେବା ଏବଂ ନିରୁଦୃଷ୍ଟି ହୋଇଯିବା ଅନେକ କିଛି ପ୍ରଶ୍ନକୁ ଉଜାଗର କରିଛି । ଏହି ସମୟରେ ବିଜେଡି ପୂର୍ବ ଥର ଅପେକ୍ଷା ଅଧିକ ଆସନରେ ବାଜି ମାରିବ ବୋଲି ଦମ୍ବୋକ୍ତି ପ୍ରକାଶ କରିଛି।

ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୮୦୦ ରୁ ଅଧିକ ଜିଲ୍ଲା ପରିଷଦ ଜୋନରେ ବିଜେଡି ଜିତିବ। ନିର୍ବାଚନ ପୂର୍ବରୁ ଦମ୍ବୋକ୍ତି ପ୍ରକାଶ କରି ଏପରି କହିଛନ୍ତି ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ। ବରଗଡ଼ ଅମ୍ଭାବନାରେ ବିଜେଡି ପାର୍ଥି ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ଏହାର ନମୁନା। ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଲଢେ଼ଇ ହେବ। ଲୋକେ ବିଜେଡି ସହିତ ଅଛନ୍ତି। ସ୍ୱାଧୀନ ପାର୍ଥି କୌଣସି ବିପଦ ସୃଷ୍ଟି ହେବେନି। ୪୦ ପ୍ରତିଶତ ଓବିସି ପାର୍ଥି ଦେବା ନେଇ ଦଳ ଘୋଷଣା କରିଥିବା ବେଳେ ପ୍ରାୟ ୪୮ ପ୍ରତିଶତ ପାର୍ଥି ଦେଇଛି ବିଜେଡି।

ପ୍ରମିଳାଙ୍କୁ ଦୃଢ ଜବାବ ଦେବାକୁ ଯାଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ଭାରତୀୟ ଜନତା ପାର୍ଟି ପୂର୍ଵ ନିର୍ବାଚନରେ ତୃତୀୟରୁ ଦ୍ଵିତୀୟକୁ ଆସିଥିଲା। ଚଳିତ ନିର୍ବାଚନରେ ଦ୍ଵିତୀୟରୁ ପ୍ରଥମକୁ ଆସିବ। ପ୍ରମିଳା ମଲ୍ଲିକ ଯାହା କହିଥିଲେ ତାହା ତର୍ଜମା କରି ଦେଖନ୍ତୁ। ସେ କଣ ଜ୍ୟୋତିଷ ନା ଭୋଟ ବାକ୍ସ ତିଆରି କରିଛନ୍ତି। ସେମାନେ ରାଜ୍ୟବାସୀଙ୍କ ସେବା କରିନାହାନ୍ତି କି ଓବିସିଙ୍କୁ ନ୍ୟାୟ ପ୍ରଦାନ କରିନାହାନ୍ତି, ସେ ଉତ୍ତର ତାଙ୍କୁ ଦେବାକୁ ପଡିବ ବୋଲି ଗୋଲକ ମହାପାତ୍ର କହିଛନ୍ତି । ଆମର କୌଣସି ସ୍ଥାନରେ ସ୍ୱାଧୀନ ପ୍ରାଥୀ ନାହାନ୍ତି, ଯେଉଁମାନେ ଥିଲେ ସମସ୍ତେ ପ୍ରାଥୀପତ୍ର ପ୍ରତ୍ୟାହାର କରିସାରିଛନ୍ତି। ଯେଉଁମାନେ ଅଛନ୍ତି ସେମାନେ ବିଜୁ ଜନତା ଦଳର ପ୍ରାର୍ଥୀ। ତେଣୁ ସ୍ୱାଧୀନ ପ୍ରାର୍ଥୀ ଲାଗି ଯାହା କ୍ଷତି ହେବ ବିଜେଡିର ହେବ ଆମର କୌଣସି କ୍ଷତି ହେବ ନାହିଁ ବୋଲି ଗୋଲକ ମହାପାତ୍ର କହିଛନ୍ତି।

Related Articles

Leave a Reply

Back to top button
error: Content is protected !!