?????

ଅଗ୍ରାଧିକାର ଭାବରେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ବିଶ୍ୱଜିତଙ୍କ ଚିଠି

ଝାରସୁଗୁଡା: କରୋନା ମହାମାରୀ ବେଳେ ଜିଲ୍ଲାର ବ୍ରଜରାନଗର ନିର୍ବାଚନ ମଣ୍ଡଳୀରେ ଅନେକ ଅସୁବିଧା ରହିଛି। ଏହାର ସମାଧାନ ପ୍ରାଥମିକତା ଆଧାରରେ ହେବା ଦରକାର। ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡ଼ଙ୍ଗୀ ଏହା ଦାବି କରିଛନ୍ତି। ଆଉ ଏ ନେଇ ଏକ ଲିଖିତ ଆକାରରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତିl

à­§.ତୃତୀୟା ପର୍ଯ୍ୟାୟ ଟିକା କାରଣ ୧୮ – ୪୪ବର୍ଷ ବୟସ ଯୁବପୀଢ଼ିଙ୍କୁ ମେ୧ ତାରିଖରେ ଦେଶର ସମସ୍ତ ରାଜ୍ୟ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏଣୁ ଯଥା ଶୀଘ୍ର ଝାରସୁଗୁଡ଼ା ଯୁବପିଢ଼ି ଏହି ଟୀକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଇବା ପାଇଁ ଅନୁରୋଧ କରିଛନ୍ତିl

୨. କୋରୋନା ମହାମାରୀ ରେ ଅକ୍ରାନ୍ତ ବ୍ୟକ୍ତି ଯେଉଁମାନେ ଗୃହ ଆଇସୋଲେସନ ରେ ଅଛନ୍ତି କିନ୍ତୁ ସମସ୍ତଙ୍କ ଗୃହରେ ଆଇସୋଲେସନରେ ରହିବା ବ୍ୟବସ୍ଥା ନାହିଁ କିନ୍ତୁ ବାଧ୍ୟ ହୋଇ ଘରେ ରହିବା ଦ୍ୱାରା ପରିବାର ସଂକ୍ରମଣର ସମ୍ଭାବନାକୁ ଦେଖି ଆଇସୋଲେସନ ସେଣ୍ଟର ବ୍ୟବସ୍ଥା ଆବଶ୍ୟକ ଅଛି l

୩. ପରିସ୍ଥିତି କୁ ଦେଖି ବ୍ରଜରାଜନଗର ଅଂଚଳବାସୀଙ୍କ ଦାବି ୨ଟି ହାଇ ଟେକ ଆମ୍ବୁଲାନ୍ସ ଓ ଦୁଇଟି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରେ ବ୍ୟବସ୍ଥା କରାଗଲେ ବ୍ରଜରାଜନଗର , ବେଲପାହାଡ଼ ପୋୖରାଞ୍ଚଳ ଓ ୩୮ଟି ପଂଚୟତର ଜନସାଧାରଣ ଉପକୃତ ହେବେ l

୪. ବ୍ରଜରାଜନଗର ମଣ୍ଡଳୀୟା ସ୍ଥିତ ଏମ୍ସିଲ ପକ୍ଷରୁ ୫୦ ଶଯ୍ୟା କୋଭିଡ କେୟାର ୟୁନିଟ ରେ ୫ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଉ l

୫. Anitizen – RT-PCR ଟେଷ୍ଟ ଓ ଟେଷ୍ଟଟିଂ ସେଣ୍ଟରକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି l

୬.ଛତିଶଗଡ଼ ସୀମାନ୍ତ ପଂଚୟତ ଗୁଡିକୁ ପ୍ରତେକ ସପ୍ତାହ ସେନିଟାଇଜ଼ କରାଯାଉ (କଣ୍ଡେଇକେଲା , ପିଥିଣ୍ଡା , କନକତୋର , ଚାରପାଲି , ଅତାବିରା , ଭିକାମ ପାଲି ଓ ମଚିଦା )

୭. ବ୍ରଜରାଜନଗର , ବେଲପାହାଡ଼ ପୋୖରାଞ୍ଚଳ , ଲଖନପୁର ଓ ଝାରସୁଗୁଡ଼ା ବ୍ଲକ ସମସ୍ତ ୱାର୍ଡ ଓ ପଂଚୟତ ଗୁଡିକରେ ନିୟମିତ ସେନିଟାଇଜ କରାଯାଉ l

Sri Biswajit Sarangi,

Related Articles

Leave a Reply

Back to top button
error: Content is protected !!