?????

ନାର୍କୋ ପରୀକ୍ଷା ପାଇଁ ଗୁଜରାଟ ଯିବା ପୂର୍ବରୁ ବିମାନ ବନ୍ଦରରେ ହସିଲା ଗୋପାଳ

ଝାରସୁଗୁଡା: ନାର୍କୋ ପରୀକ୍ଷା ପାଇଁ ଗୁଜରାଟ ଗସ୍ତରେ ଯିବା ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ଗୋପାଳ ତାଙ୍କ ବାବଦରେ ବାହାରିଥିବା ଖବରକାଗଜ ପଢ଼ି ମନ ଖୋଲି ହସିଥିବା ଦେଖିବାକୁ ମିଳିଛି। ସେ ଯେଉଁ ଅପରାଧ କରିଛନ୍ତି ତାକୁ ନେଇ ସାରା ରାଜ୍ୟ ଯେତେବେଳେ ଚର୍ଚ୍ଚା କରୁଛି, ସରକାର ଚାପରେ ଅଛନ୍ତି ସେତେବେଳେ ଗୋପାଳଙ୍କ ଏହି ମନ ଖୋଲା ହସକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସଙ୍କର ହେବ ନାର୍କୋ ଟେଷ୍ଚ । ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ପରେ ଗୁଜରାଟର ଅହମଦାବାଦ ଯାଇଛି। ଏହିଠାରେ ତାଙ୍କର ନାର୍କୋ ଟେଷ୍ଟ ହେବ। ସେ ଏହି ଘଟଣାକୁ ନେଇ ଯେଉଁ ବୟାନ ତଦନ୍ତକାରୀ ଟିମକୁ ଦେଇଛନ୍ତି ତାହା କେତେ ସତ କେତେ ମିଛ ଜଣାପଡ଼ିବ। ସେଥିପାଇଁ ବ୍ରଜରାଜନଗର ବିମାନ ବନ୍ଦର ଭିତରେ ଥିବା ଏକ ରୁମରେ ଗୋପାଳ ବସିଥିବା ବେଳେ ନିଜ ବାବଦରେ ବାହାରିଥିବା ଖବରକାଗଜଟି ତାଙ୍କ ଆଖି ସାମ୍ନାରେ ପଡ଼ିଥିଲା। ଯାହାକୁ ଦେଖି ସେ ଖୁବ ହସିଥିଲେ।

ଏହାପୂର୍ବରୁ ବୁଧବାର କ୍ରାଇମସ୍ପଟକୁ ଯାଇଥିଲେ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେ.ପି ଦାସ ଏବଂ ତଦନ୍ତକାରୀ ଟିମ୍। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କ୍ରାଇମସ୍ପଟକୁ ଆଣି କ୍ରଇମ ସିନ ରିକ୍ରିଏସନ କରିଥିଲା ତଦନ୍ତକାରୀ ଟିମ୍।

 

Related Articles

Leave a Reply

Back to top button
error: Content is protected !!