?????

‘୩ରୁ à­¯ ବର୍ଷ ଆୟୁ ବର୍ଗର ଶିଶୁଙ୍କ ଶିକ୍ଷା ଆବଶ୍ୟକତା ପୂରଣ କରିବ ନିପୁଣ ଭାରତ’

ନୂୁଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ଭର୍ଚୁଆଲ ମୋଡ଼ରେ ଜାତୀୟବୋଧ ଓ ସାଂଖ୍ୟିକ ଅଧ୍ୟୟନ ସହିତ ଶିକ୍ଷା ନିପୁଣତା ସଂକ୍ରାନ୍ତ ଜାତୀୟ ପ୍ରୟାସ( ନିପୁଣ ଭାରତ)ର ଶୁଭାରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ଶିଶୁର ସାକ୍ଷାରତା ଓ ସାଂଖ୍ୟିକ ମୂଳଦୁଆ ସୁଦୃଢ଼ ହୋଇପାରିବ ।

୨୦୨୬-୨୭ ମସିହାସୁଦ୍ଧା ୩ୟ ଶ୍ରେଣୀରେ ସେହିସବୁ ଶିଶୁ ପହଞ୍ଚିବା ବେଳକୁ ସେମାନଙ୍କରଏହି ମୂଳଦୁଆ ମଜଭୁତ ହେବା ଲକ୍ଷ୍ୟରେଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ମିଶନ୍‍ ଯାହାକି କେନ୍ଦ୍ରୀୟ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଧୀନରେ ଶୁଭାରମ୍ଭ କରାଯାଇଛି, ତାହା ବିଦ୍ୟାଳୟ ଶିକ୍ଷାବେଳେ ଶିଶୁମାନଙ୍କର ମୂଳ ଆଧାର ପର୍ଯ୍ୟନ୍ତ ପହଞ୍ଚ ତତା ଧାରଣ କ୍ଷମତାକୁ ବୃଦ୍ଧି କରିବ; ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବ; ଉଚ୍ଚ ଗୁଣଯୁକ୍ତ ତଥା ବିବିଧ ଛାତ୍ର ଓ ଶିକ୍ଷକ ସଂସାଧନ/ ଶୈକ୍ଷିକ ଉପକରଣର ବିକାଶ ଘଟାଇବ; ଏବଂ ପ୍ରତ୍ୟେକ ଶିଶୁର ଶିକ୍ଷା ପ୍ରଗତି ସଫଳତା ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖିବ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ତଥା ଅନ୍ୟମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ପୋଖରିଆଲ କହିଲେ ଯେ ନିପୁଣ ଭାରତ ୩ରୁ ୯ ବର୍ଷ ଆୟୁବର୍ଗର ଶିଶୁମାନଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉଦ୍ଦିଷ୍ଟ । ସେ କହିଲେ ଯେ ଏହା ଫଳରେ ଶିକ୍ଷକମାନେ ପ୍ରତିଟି ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଶିକ୍ଷା, ସାକ୍ଷାରତା ଏବଂ ସାଂଖ୍ୟିକ ଅଧ୍ୟୟନ  ଉପରେ ନଜର ରଖିବା ଆବଶ୍ୟକ ହେବ ଏବଂ ଏହା ଫଳରେ ସେମାନେ ଉତ୍ତମ ଭାବେ ପଢ଼ି ଓ ଲେଖି ପାରିବାକୁ ସକ୍ଷମ ହୋଇପାରିବେ ।  ତେଣୁ ନିପୁଣ ଭାରତ ଅନୁଭୂତି ଆଧାରିତ ମୌଳିକ ଶିକ୍ଷାମୁ ସାମଗ୍ରିକ, ସମନ୍ୱିତ, ସମାବେଶୀ, ଉପଭୋଗ୍ୟ ତଥା ନିୟୋଜିତମୂଳକ ଭାବେ ଶିଶୁମାନଙ୍କୁ ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ ।

ମନ୍ତ୍ରୀ ଶ୍ରୀ ପୋଖରିଆଲ ରାଷ୍ଟ୍ରୀୟ ଶିକ୍ଷା ନୀତି, ୨୦୨୦ ସଂପର୍କରେ ଅବତାରଣା କରି କହିଲେ ଯେ ଏଥିରେ ଶିଶୁମାନଙ୍କ ମୂଳଆଧାରକୁ ମଜଭୁତ କରିବା ସକାଶେ ବ୍ୟବସ୍ଥା ରହିଛି ଏବଂ ସାକ୍ଷରତା ସହିତ ସାଂଖ୍ୟିକ ଅଧ୍ୟୟନ ଯେଭଳି ସମସ୍ତ ଶିଶୁଙ୍କୁ ତୁରନ୍ତ ପ୍ରାପ୍ତ ହୋଇପାରିବ  ତାହାକୁ ଜାତୀୟ ମିଶନରେ ପରିଣତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଶିକ୍ଷା ବିଭାଗ ପକ୍ଷରୁ ନିପୁଣ ଭାରତ ଅଧୀନରେ ବ୍ୟାପକ ନିୟମାବଳୀ ପ୍ରସ୍ତୁତ କରାଯାଇଛି।

Related Articles

Leave a Reply

Back to top button
error: Content is protected !!