ବଢ଼ିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଥିବାରୁ ରାଜ୍ୟ ସରକାର ବସ୍ ଭଡା ରେଟ୍ ମଧ୍ୟ ବଢ଼ାଇଛନ୍ତି। ସ୍ୱୟଂଚାଳିତ ଭଡା ଆଡଜଷ୍ଟେସନ୍ ମେକାନିଜିମ୍ ଅଧୀନରେ ଗୁରୁବାର ଓଡିଶା ସରକାର ସମସ୍ତ ବର୍ଗର ବସ୍ ଭଡା ବୃଦ୍ଧି କରିଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ (STA) ଙ୍କ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ତଥା ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପ୍ରତି 4 ପଇସା ବୃଦ୍ଧି କରାଯାଇଛି। ସେହିଭଳି ଡିଲକ୍ସ ବସ୍ ଏବଂ ଏସି ଡିଲକ୍ସ ବସ୍ ପାଇଁ କିଲୋମିଟର ପିଛା ଆଠ ପଇସା ବୃଦ୍ଧି ପାଇଥିବାବେଳେ ସୁପର ପ୍ରିମିୟମ ବସ୍ ଭଡା କି.ମି ପିଛା 12 ପଇସା ବୃଦ୍ଧି ପାଇଛି।
ସାଧାରଣ ବସ୍ ପାଇଁ ଭଡା ବର୍ତ୍ତମାନ କିମି ପିଛା 89 ପଇସା ହେବ ପୂର୍ବରୁ ଏହା 85 ପଇସା ଥିଲା। ସେହିପରି ଏକ୍ସପ୍ରେସ ବସ୍ ଭଡା କିମି ପିଛା 89 ବଦଳରେ 93 ପଇସା ହୋଇଛି।
ଏହା ବ୍ୟତୀତ ଡିଲକ୍ସ ବସ୍ କିଲୋମିଟର ପିଛା 1.21 ଟଙ୍କା ବଦଳରେ 1.29 ପଇସା ହୋଇଛି। ଏସି ଡିଲକ୍ସ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଲୋମିଟର ପିଛା 1.57 ଟଙ୍କା ଦେବାକୁ ପଡିବ ବୋଲି ପୂର୍ବ ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ ଏହା 1.49ପଇସା ରହିଥିଲା।
ସୁପର ପ୍ରିମିୟମ ବସ୍ ଭଡା କିମି ପିଛା 2.32ରୁ 2.44 ଟଙ୍କାକୁ ସଂଶୋଧିତ ହୋଇଛି।