?????

ନବ ଦାସ ହତ୍ୟା ଘଟଣା: କ୍ରାଇମସ୍ପଟକୁ ଯାଇ ଅନୁଧ୍ୟାନ କଲେ ଡିଜିପି

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଯାଇଥିଲେ ପାେଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ। ଗତକାଲି ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ଗୋପାଳ ଦାସ ହତ୍ୟାର ଡେମୋ ଦେଖାଇଥିଲା। ଏହାପରେ ଡିଜିପି ଘଟଣାସ୍ଥଳକୁ ଯାଇଥିଲେ।

ବୁଧବାର ସକାଳେ ବରିଷ୍ଠ ଅଧିକାରୀଙ୍କ ସହ କ୍ରାଇମ ସ୍ପଷ୍ଟକୁ ଯାଇଥିଲେ ଗୋପାଳ। ସେ କହିଛନ୍ତି, ସବୁ ଦିଗରୁ ଘଟଣାର ତର୍ଜମା କରାଯାଉଛି । ଟିକିନିଖି ତଦନ୍ତ କରାଯାଉଛି । ତେଣୁ ତଦନ୍ତ ପାଇଁ ଆହୁରି ଅଧିକ ସମୟ ଲାଗିବ । ତେବେ  ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ସରୁଥିବାବେଳେ  ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଅଧିକ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି କହିଥିଲେ ବଂଶଲ ।

ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଆଜି କ୍ରାଇମ ସ୍ପଟକୁ ଯାଇଛନ୍ତି । ଜଷ୍ଟିସ ଦାସ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି। ଡିଜିପି ଯିବା ପୂର୍ବରୁ ସକାଳେ ଜଷ୍ଟିସ ଦାସ ବ୍ରଜରାଜନଗର ଗାନ୍ଧୀଛକ ଯାଇ କ୍ରାଇମ ସ୍ପଟକୁଅନୁଧ୍ୟାନ କରିଛନ୍ତି। ଜଷ୍ଟିସ ଦାସ ମଙ୍ଗଳବାର ଝାରସୁଗୁଡାରେ ପହଞ୍ଚିଥିଲେ। ଏହାପରେ ବୁଧବାର କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବାେଥ୍ରାଙ୍କ ସହ କଡା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ଗାନ୍ଧି ଛକ ଯାଇଥଲେ । ଏଡିଜି ଅରୁଣ ବୋଥ୍ରା ତାଙ୍କୁ ତଦନ୍ତର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ। ଜଷ୍ଟିସ ଦାସ କ୍ରାଇମ ବ୍ରାଞ୍ଚ ତଦନ୍ତର ଦିଗକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ।

 

Related Articles

Leave a Reply

Back to top button
error: Content is protected !!