?????

ପୁଲିସ କବଜାରେ ଆନ୍ତଃ ରାଜ୍ୟ ଲୁଟେରା

ଝାରସୁଗୁଡା: ଗୁରୁବାର ଦୁଇ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଏମାନେ ହେଲେ ଜଗତତ୍ସିଂହପୁରର ବିକ୍ରମ ବିସ୍ୱାଳ (35) ଏବଂ ଧନକାନାଲର ଅଜୟ ବେହେରା (46) ବୋଲି ପୁଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର 8 ମଧ୍ୟାହ୍ନ 12ଟା 30ରେ ଭଷ୍ମ ସ୍କୁଲର ବୈଜୟନ୍ତୀ ପଟେଲ ନାମକ ମହିଳା ଶିକ୍ଷୟତ୍ରୀ ସ୍କୁଲରୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ମାନେ ତାଙ୍କୁ ଓଏମପି ସ୍ଥିତ ମିଲନ ବଜାରରେ ଅଟକାଇଥିଲେ। ଆଉ ଝାରସୁଗୁଡାକୁ ଯିବା ରାସ୍ତା ପଚାରି ବୁଝିଥିଲେ। ଏହାପରେ ପରେ ଅଭିଯୁକ୍ତ ମାନେ ବୈଜୟନ୍ତୀଙ୍କ ପଛେ ପଛେ ଯାଇଥିଲେ। ହେଲେ ରେଲଓ୍ୱେ ବାଇପାସ ପାଖରେ ତାଙ୍କୁ ଅଟକାଇଥିଲେ। ଏବଂ ମହିଳା ଜଣଙ୍କ ପିନ୍ଧିଥିବା ତାଙ୍କ ସୁନା ହାରରୁ ଅଭିଯୁକ୍ତ ଛଡ଼ାଇ ନେଇଥିଲେ। ଏହି ଘଟଣା କଏଦ ହୋଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ଏହି ମାମଲା ଥାନାରେ ପହଞ୍ଚିବା ପରେ ପୁଲିସ ଏସଆଇଟି ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା। ଅପରାଧୀମାନେ ସମ୍ବଲପୁର ଆଡକୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ପୁଲିସ ଗିରଫ କରିଥିଲା। ଗିରଫ ବେଳେ ପୁଲିସ ଲୁଟ୍ ହୋଇଥିବା ସୁନା ହାର, ଗୋଟିଏ ପଲସର ବାଇକ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ପୂର୍ବରୁ ବରଗଡ, ସମ୍ବଲପୁର ଏବଂ ଭୁବନେଶ୍ୱରରେ ମଧ୍ୟ ଏମାନେ ଚେନ୍ ଲୁଟ୍ କରିବା ଅଭିଯୋଗରେ ଜଡିତ ଥିଲେ।

Related Articles

Leave a Reply

Back to top button
error: Content is protected !!