ମଣିଷ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍

0
284

ବେଜିଂ: ପ୍ରଥମ ଥର ପାଇଁ ପକ୍ଷୀ ଶରରୀର ଦେଖାଯାଉଥିବା ବାର୍ଡ ଫ୍ଲୁ ଏବେ ମଣିଷ ଶରୀରରେ ଦେଖିବାକୁ ମିଳିଛି। ଚାଇନାରୁ ଏଭଳି ଖବର ଆସିଛି। ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଜଣେ 41 ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଚିହ୍ନଟ ହୋଇଛି। ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖା ଦେବା ପରେ ନମୁନା ପରୀକ୍ଷା କରାଯାଇଥିଲା ଏହାପରେ ରିପୋର୍ଟ ଆସିବା ପରେ H10N3 ଷ୍ଟ୍ରେନ୍ ଦ୍ୱାରା ସେହି ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଏହା ସୁନିଶ୍ଚିତ କରିଛନ୍ତି। ଏହି ବ୍ୟକ୍ତି କିପରି ଏହି ଭୂତାଣୁର ସଂକ୍ରମିତ ହୋଇଛନ୍ତି ସେ ସମ୍ପର୍କରେ ଏନଏଚସି କୌଣସି ସୂଚନା ଦେଇ ନାହିଁ। ତେବେ H10N3 ଷ୍ଟ୍ରେନ୍ ଶକ୍ତିଶାଳୀ ନୁହେଁ ଏବଂ କମ୍ ବିପଦ ବୋଲି କୁହାଯାଉଛି। ଏବେ ଆକ୍ରାନ୍ତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।