ଗାଁ ରୁ ଗ୍ଲୋବ ସବୁଠି ଯୋଗକୁ ନେଇ ଉତ୍ସାହ, ଦିବ୍ୟାଙ୍ଗ ସ୍କୁଲ ହେଲା ସାମିଲ୍

0
86

ଝାରସୁଗୁଡ଼ା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ. ଗାଁରୁ ଗ୍ଲୋବ ସବୁଠି ଲୋକମାନେ କୋଭିଡ ନିୟମ ସହିତ ଯୋଗ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି. ଏହି କ୍ରମରେ ଝାରସୁଗୁଡା ଜିଲ୍ଲାରେ ଥିବା ସ୍ଥାନୀୟ ବୁରୋମାଲ ବୁଡାପଡା ସ୍ଥିତ ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଛି.

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ନ୍ୟାସଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲରେ ଅନ୍ତର୍ଜାତିକ ଯୋଗ ଦିବସ ସ୍କୁଲର ପ୍ରେକ୍ଷାଳୟରେ ଠାରେ ପାଳିତ ହୋଇଯାଇଛି। ଏହି ଯୋଗ ଦିବସରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଯୋଗ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଆସନ ତଥା ପ୍ରାଣାୟମ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମମତା ଦାଶ ପରିଚାଳନା କରିବା ସହ ଯୋଗର ମହତ୍ତ୍ୱ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ. ସ୍ଵତନ୍ତ୍ର ପ୍ରଶିକ୍ଷିକା ନମିତା ନାଥ ଏହି ଅବସରରେ ଧନ୍ୟବାଦ ଦେଇଥିଲେ। ଏହି ଯୋଗ ଦିବସରେ ଶିକ୍ଷକ ଉପେନ୍ଦ୍ର ଭଇଁଶା, ଶିକ୍ଷୟତ୍ରୀ ସୁଲୋଚନା ସାହୁ, ଗୋକୁଲ କିଷାନ, କାନ୍ତା ନାଏକ, ଲହିତା ମରେଇ, ଦୀପାବଳି ପ୍ରଧାନ, ରିତି କ୍ରିଷ୍ଣା ପଟେଲ, ସୃତି କୁମାରି, କଳ୍ପନା ଖଡ଼ିଆ, ଜଗଦୀଶ ପ୍ରଧାନ, ଆରାଧ୍ୟା ପଟେଲ ପ୍ରମୁଖ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଯୋଗାସନ କରିଥିଲେ।।