?????
ଶିଶୁ ଯତ୍ନ କେନ୍ଦ୍ରରୁ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ଶିଶୁ ଯତ୍ନ କେନ୍ଦ୍ରରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ସ୍ଥିତ ଠକ୍କର ବାବା ଅନାଥ ସେବା ସଦନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଅନ୍ତେବାସୀଙ୍କ ମଧ୍ୟରୁ ୧୦ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସୂଚନା ଦେଇଛନ୍ତି।
କିଛି ଅନ୍ତେବାସୀ ଅସୁସ୍ଥ ହେବା ପରେ ଏଠାରେ ରହୁଥିବା ୩୪ ଜଣ ଅନ୍ତେବାସୀ ସହିତ ମୋଟ୍ ୪୭ ଜଣଙ୍କର ଗତକାଲି ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଶିଶୁ ଯତ୍ନ କେନ୍ଦ୍ରରେ ୧୦ ଜଣ କୋଭିଡ଼ ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କୁ ଏକାନ୍ତବାସରେ ରଖାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି।