?????

ଜୁନ୍‌ ୬ରୁ ୧୬ ଯାଏ ସ୍କୁଲରେ ଖରା ଛୁଟି

ଭୁବନେଶ୍ୱର: ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପାଇଁ ଅନୁମତି ଦେଇଛନ୍ତି ସରକାର। ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂଙ୍ଗ୍ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି । ଯାହାକୁ ସକାଳୁଆ କ୍ଲାସରେ କାର୍ଯ୍ୟକାରୀ କରାଯିବ । ଏଥିସହ ସକାଳୁଆ କ୍ଲାସ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।

କିନ୍ତୁ ମେ’ ପହିଲାରୁ ଜୁନ୍ ୫ ତାରିଖ ଯାଏ ସକାଳ ୬ଟାରୁ ଟା ୯ଟା ଯାଏ ପାଠ ପଢା ହେବ । ପିଲାମାନଙ୍କୁ ସ୍କୁଲରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଆସନ୍ତା ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ନୂଆ ଆଡମିଶନ୍ ଅବା ରିଆଡମିଶନ ହେବ।

ତେବେ ବିଏସଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁ ନବନ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମିଟିଭ୍ ଟୁ ପରୀକ୍ଷା ଦେଇଥିବେ । ସେମାନଙ୍କର ପରୀକ୍ଷା ଫଳ ମେ ୧୦ ତାରିଖ ମଧ୍ୟରେ ପ୍ରକାଶ କରିବାକୁ କୁହାଯାଇଛି।

Related Articles

Leave a Reply

Back to top button
error: Content is protected !!