?????

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ତିଆରି ହେବ ଅତିରିକ୍ତ 4ଟି ବିମାନ ପାର୍କିଂ ସ୍ଥାନ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ତିଆରି ହେବ ଆଉ ଚାରୋଟି ପାର୍କିଂ ସ୍ଥାନ। ଯେଉଁଠି ଆଉ ଛଅଟି ବିମାନ ପାର୍କିଂ ହୋଇପାରିବ । ଏହି ପାର୍କିଂ ସ୍ଥାନ ତିଆରି ପାଇଁ ଅନ୍ ଲାଇନ ଟେଣ୍ଡର ଡକାଯାଇଥିଲା । କୋଲକାତାର ଏକ କମ୍ପାନୀ ଏହି ଟେଣ୍ଡରରେ ବିଜୟୀ ହୋଇଥିବା ସୂଚନା ରହିଛି।

ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ପବନ କୁମାର ଜୁଟସି କହିଛନ୍ତି, ଏବେ 2ଟି ପାର୍କିଂ ସ୍ଥାନ ରହିଛି। ଯେଉଁଠି ମାତ୍ର ଦୁଇଟି ବିମାନ ଛିଡା ହୋଇପାରୁଛି। ଏବେ ଚାରୋଟି ନୂଆ ପାର୍କିଂ ସ୍ଥାନ ତିଆରି ହେଲେ ଆଉ 6ଟି ବିମାନ ଏକା ସାଙ୍ଗରେ ପାର୍କିଂ ହୋଇପାରିବ। ଅଧିକ ପାର୍କିଂ ସ୍ଥାନ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଏକା ସାଙ୍ଗରେ ଆଉ କିଛି ବିମାନ ପାର୍କିଂ ହୋଇପାରିବା ସହିତ ଅଧିକ ଯାତ୍ରୀ ଯା ଆସ କରିପାରିବେ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ନୂଆ ପାର୍କିଂ ସ୍ଥାନ ତିଆରି ପାଇଁ ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ (ଏଏଆଇ) କୋଲକାତାର ଏକ କମ୍ପାନୀକୁ ନିଲାମ ଦିଆଯାଇଛି । ମୋଟ୍ ଚାରୋଟି ବିମାନ ବନ୍ଦର ପାର୍କିଂ ପାଇଁ 12.5 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ପାର୍କିଂ ସ୍ଥାନ ତିଆରି ହେଲେ ଏ320 ଭଳି ବିମାନ ଅବତରଣ କରିପାରିବ ବୋଲି ସେ କହିଛନ୍ତି । ଜାନୁଆରୀ 2023 ସୁଦ୍ଧା ପାର୍କିଂ ତିଆରି କରିବା କାମ ଶେଷ ହେବ ବୋଲି ସେ କହିଛନ୍ତି। ଏହାପରେ ଏକାଥରେ ଏହି ବିମାନ ବନ୍ଦରରେ 6ଟି ବିମାନ ଛିଡା ହୋଇପାରିବ ବୋଲି ସେ କହିଛନ୍ତି। ଏବେ ପ୍ରତି ସପ୍ତାହରେ 800-1000 ଯାତ୍ରୀ ବିମାନ ବନ୍ଦର ଦେଇ ଯାତାୟତ କରୁଥିବା ସୂଚନା ରହିଛି ।

ବର୍ତ୍ତମାନ ସ୍ପାଇଜେଟ୍ ଏୟାରଲାଇନ୍ସ କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ବାଙ୍ଗାଲୋରକୁ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ବିମାନ ଚଳାଚଳ କରୁଛି।

Related Articles

Leave a Reply

Back to top button
error: Content is protected !!