?????

ବ୍ରଜରାଜନଗର ବାଜି: ପ୍ରଚାର ସରିଲା, ୨୭୯ ବୁଥରେ ହେବ ମତଦାନ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ଅନ୍ତିମ ଦିନ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ପାଇଁ ଝାଳ ବୁହାଉଇଛନ୍ତି। ଆଉ ଏବେ ଭୋଟ୍ ପୂର୍ବୁର ଅନ୍ଧାରି ବିଜେ ଆରମ୍ଭ ହେବା ପୂର୍ବରୁ ପ୍ରେସମିଟ୍ କରି ଭୋଟିଂ ପ୍ରକ୍ରିୟା ଉପରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ସୁନୀଲ ଲୋହାନୀ ।

ସେ କହିଛନ୍ତି ଝାରସୁଗୁଡାର ଏହି ଆସନ ପାଇଁ ୨୭୯ ବୁଥରେ ହେବ ମତଦାନ। ସେଥିମଧ୍ୟରୁ ୨୨ ଟି ନୂଆ ବୁଥ ହୋଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଭୋଟିଂ ବେଳେ ୧୨୨୮ ପୋଲିଂ ଅଫିସର ନିୟୋଜିତ ହେବେ। ଆଇଶୃଙ୍ଖଳା ପାଇଁ ୧୦୦୦ ପୋଲିସ ଅଧିକାରୀ ମୁତୟନ ହେବେ। ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହେବେ। ଏହି ନିର୍ବାଚନମଣ୍ଡଳୀରେ ମୋଟ୍ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ।

ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ । ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ । ୩୧୨ ଜଣ ବୟସ୍କ (୮୦ ବର୍ଷରୁ ଅଧିକ) ଓ ଦିବ୍ୟଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କ ଭୋଟ ସଂଗ୍ରହ ହୋଇସାରିଛି ।

କୋଭିଡ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜି ସନ୍ଧ୍ୟା ୬ଟାରେ କ୍ୟାମ୍ପେନ ସରିବ । ୬ଟା ପୂର୍ବରୁ ବାହାର ଲୋକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ । ଏଥିପାଇଁ ସବୁ ହୋଟେଲ, ଲଜ ଚେକିଂ କରାଯିବ । ଧରା ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର । ଭୋଟରଙ୍କ ସହାୟତା ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲା ଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି।

Related Articles

Leave a Reply

Back to top button
error: Content is protected !!