?????

ଦୁର୍ବଳ ହେବାରେ ଲାଗିଛି ବାତ୍ୟା, ଜାରି ରହିଛି ବର୍ଷା

ଭୁବନେଶ୍ୱର: ଓଡ଼ିଶା ପ୍ରତି ବାତ୍ୟା ଜଓ୍ୱାଦର ବିପଦ ନେଇ ଯେଉଁ ଆକଳନ କରାଯାଉଥିଲା ତାହା କ୍ରମଶଃ ସମୟ ଅନୁସାରେ ସଂଶୋଧିତ ହୋଇ ସେଭଳି ପ୍ରଭାବ ଦେଖାଉନାହିଁ। କିନ୍ତୁ ଏହି ବାତ୍ୟା ଅବପାତର ରୂପ ନେଇଥିବାରୁ ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସମେତ ଟ୍ୱିନ ସିଟ୍ ଏବଂ ପୁରୀରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।

ଝିପି ଝିପି ବର୍ଷା ସହିତ ଆକାଶ ପୁରା ଅନ୍ଧକାର ରହିଛି । ତୁହା କୁ ତୁହା ବର୍ଷା ହେଉଥିବା ବେଳେ ରାସ୍ତା ପୁରା ଖାଲି ରହିଛି । ଦୋକାନ ବଜାର ସବୁ କିଛି ବନ୍ଦ ରହିଛି । ଜୱାଦ୍ ଦୁର୍ବଳ ହେଇ ଏହା ମଧ୍ୟାହ୍ନରେ ପୁରୀ ନିକଟ ଦେଇକି ପଶ୍ଚିମବଙ୍ଗକୁ ଯିବାକୁ ଥିବା ବେଳେ ଏବେଠାରୁ ପ୍ରଭାବ ଦେଖିବାକୁ ମିଳୁଛି।

ସଦ୍ୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଏହି ବାତ୍ୟା ଗଭୀର ଅବପାତର ରୂପ ନେଇ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି 11 କିଲୋମିଟର ବେଗରେ ଗତି କରୁଛି । ବିଶାଖପାଟନମ ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ 180 କିଲୋମିଟର ଦୂରରେ ଏହା ରହିଛି। ଗୋପାଳପୁର ଠାରୁ ଦକ୍ଷିଣ ଦିଗରେ 200 କିଲୋମିଟର ଏବଂ ପୁରୀ ଠାରୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ 270 କିଲୋମିଟର ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ 270 କିଲୋମିଟର ଦୂରରେ ରହିଛି।

ଏବେ ଏହା ଗଭୀର ଅବପାତରେ ରହିଛି । ଅନୁମାନ କରାଯାଉଛି ଆଉ କିଛି ସମୟ ମଧ୍ୟରେ ଡିପ୍ରେସନରେ ପରିଣତ ହେବ। ଅପରାହ୍ନ ସୁଦ୍ଧା ଏକ ଉଏଲ ମାର୍କଡ଼ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମ ବଙ୍ଗ ଆଡକୁ ଗତି କରିବ। ଉପକୂଳ ବର୍ତି ଅଂଚଳରେ ବର୍ଷା ଲାଗି ରହିଛି। 23 ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ବର୍ଷା ରେକର୍ଡ ଅନୁଯାୟୀ ଉପକୂଳ ଓଡ଼ିଶାରେ ଗୋପାଳପୁର – 60 ମିମି, ପାରାଦ୍ୱୀପ – 46 ମିମି, ଚାନ୍ଦବାଲି – 28 ମିମି,ଭୁବନେଶ୍ୱର – 24 ମିମି, ପୁରୀ -21 ମିମି ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ୱର ଏବଂ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ । ମଝିରେ ମଝିରେ ପ୍ରବଳ ବର୍ଷା ହେବ। 30 ରୁ 40 କିଲୋମିଟର ପର୍ଯ୍ୟନ୍ତ ଗଷ୍ଟିଙ୍ଗ ସ୍ପିଡ଼ ରହିବ। ଘରୁ ବାହାରକୁ ଯିବା ପାଇଁ ବାରଣ କରଯାଉଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ କଟକ ରେ 7 ରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଟ୍ରାଫିକ ସମସ୍ୟା, ପାଣି ଜାଣିବାର ସମ୍ଭାବନା ରହିଛି।

Related Articles

Leave a Reply

Back to top button
error: Content is protected !!