?????

ମୋ ସ୍କୁଲ ହକି ଅଭିଯାନ ବିଧିବଦ୍ଧ ଭାବରେ ଝାରସୁଗୁଡ଼ାରେ ଆରମ୍ଭ

ଝାରସୁଗୁଡା: ଗୁରୁବାର ମୋ ସ୍କୁଲ ହକି ଅଭିଯାନ ବିଧିବଦ୍ଧ ଭାବରେ ଝାରସୁଗୁଡ଼ାରେ ଆରମ୍ଭ ହୋଇଛି । ନୂଆ ଭାବରେ ଗଠିତ ଜିଲ୍ଲା ହକି ସଂଘ ଓ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ OSAP ମିନି ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ହକି ସଂଘ ସଭାପତି ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ ପୂର୍ବକ ଅଭିଯାନର ଶୁଭାରମ୍ଭ କରିଥିଲେ ।

ଜିଲ୍ଲାରେ ହକିର ଭିତ୍ତିଭୂମି ପାଇଁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଜିଲ୍ଲାରେ ହକିକୁ ଆଗକୁ ନେବା ସକାଶେ ପ୍ରାଥମିକ ସ୍ତରରେ ବିଦ୍ୟାଳୟମାନଙ୍କରୁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ପୋୖରାଞ୍ଚଳ ଓ ବ୍ଲକ ସ୍ତରରେ ଏହି ଅଭିଯାନକୁ ଆଗକୁ ନିଆଯିବ ବୋଲି କହିଛନ୍ତି ।

ହକିର ଉନ୍ନତି ସକାଶେ ପ୍ରଶିକ୍ଷଣ ପ୍ରଦାନ ପାଇଁ ପ୍ରଶିକ୍ଷକ ନିଯୁକ୍ତି ସଂକ୍ରାନ୍ତୀୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ବାବଦକୁ ରାଜ୍ୟ ସରକାରଙ୍କୁ ପତ୍ରାଳାପ କରାଯାଇଛି । ଏଚ. କଟାପାଲି ଠାରେ ହକି ପଡ଼ିଆର ପ୍ରସ୍ତୁତି ଓ ହକି ଏକାଡେମୀ ପ୍ରତିଷ୍ଠା ସମ୍ପର୍କରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାରେ ହକିର ଉଜ୍ଜ୍ବଳ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଥିଲେ। ଆବଶ୍ୟକୀୟ ପ୍ରଶିକ୍ଷଣ ଜିଲ୍ଲାରେ ହକିକୁ ଆଗକୁ ନେବ ବୋଲି ଆରକ୍ଷୀ ଅଧିକ୍ଷକ ଉଲ୍ଲେଖ କରିଥିଲେ ।

ଉଲ୍ଲେଖଯୋଗ୍ୟ , ମୋ ସ୍କୁଲ ହକି ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପଚିଶ ଜଣ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ପୂର୍ବରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଶିକ୍ଷକମାନେ ଆସନ୍ତା ଦିନଗୁଡ଼ିକରେ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ହକି ଖେଳ ସମ୍ପର୍କରେ ତାଲିମ ପ୍ରଦାନ କରିବେ ।

Related Articles

Leave a Reply

Back to top button
error: Content is protected !!