ଅସହାୟକୁ ଟ୍ରାଇସାଇକେଲ ଦେଲା ଜିଲ୍ଲା ବିଜେଡି

0
364

ଝାରସୁଗୁଡ଼ା: ଗୁରୁବାର ଅପରାହ୍ନରେ ଏକ ନିରାଡମ୍ବର ଉତ୍ସବରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ ବିଜୁ ପଟ୍ଟନାୟକ ସୋସିଆଲ ୱେଲଫେୟାର ଏସୋସିଏସନ୍ ତରଫରୁ ଭିକାରୀ ଦାସ ନାମକ ଜଣେ ବୃଦ୍ଧ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ଏସୋସିଏସନର ସଭାପତି ତଥା ବ୍ରଜରାଜନଗର ବିଧାୟକ ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି ଏହି ଟ୍ରାଇ ସାଇକେଲଟିକୁ ପ୍ରଦାନ କରିଛନ୍ତି।

ଏହି ସଭାରେ ଉପସଭାପତି ଶ୍ରୀଯୁକ୍ତ ସନ୍ଦୀପ ଅୱସ୍ଥି, ସମ୍ପାଦକ ଶ୍ରୀଯୁକ୍ତ ତାପସ ରାୟ ଚୌଧୁରୀ, କୋଷାଧ୍ୟକ୍ଷ ଅରୁଣ ଚଇନି, ଅର୍ଜୁନ ମୋର, ଇଫତେଖାର ଇମାମ, ଶଶୀଭୁଷଣ ତୀୱ୍ଆରୀ, ଦେବେନ୍ଦ୍ର ମହାପାତ୍ର, ଜାହୀଦ କୁରେସୀ, ସୌମ୍ୟରଞ୍ଜନବେହେରା, ନାରାୟଣ ଦତ୍ତ, ବିନୟ ପଟେଲ, ଶିକ୍ଷକ ଜୀବନ ବୁଡା ପ୍ରମୁଖ ଉପସ୍ଥିତ ଥିଲେ।