?????

ଚୌକିପଡ଼ା ରେଲଓ୍ୱେ ବ୍ରିଜ କାର୍ଯ୍ୟର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ରେଳଷ୍ଟେସନ ଅନ୍ତର୍ଗତ ଚୌକିପଡ଼ାରେ ଦୀର୍ଘ ଦିନ ହେବ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଶେଷରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଶୁଭାରମ୍ଭ ହୋଇଛି। ବୁଧବାର ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଚୌକପଡା ବ୍ରିଜର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି। ଏହି ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜାଗା ପାଇଁ ମଧ୍ୟ ରାଜ୍ୟ ସରକାର ୬-୭ କୋଟି ଦେଇଛନ୍

ଏହି ଓଭର ବ୍ରିଜଟି ୪ଟି ରେଳ ଲାଇନ ଉପରେ ଦେଇ ଯିବ । ନୂଆ ଝାରସୁଗୁଡାର ଏକ ବିଶେଷ ଅଂଶବିଶେଷ। ଏହି ଓଭର ବ୍ରିଜ ହେଲେ ଝାରସୁଗୁଡାର ଦୁଇଟି ଖଣ୍ଡକୁ ଯୋଡି ଏକାଠି କରିବ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ୫୦ ବର୍ଷ ହେବ ଝାରସୁଗୁଡା ବ୍ରିଜ ନିର୍ମାଣ କରିବାକୁ ଦାବି ହୋଇଥିଲା। ସେହିପରି ଅନ୍ୟାନ୍ୟ ବ୍ରିଜ ନେଇ ଯେଉଁ ଦାବି ରହିଛି ତାହା ପୂରଣ ହୋଇପାରିଲେ ଝାରସୁଗୁଡାରେ ଥିବା ଜମିର ମୂଲ୍ୟ ବଢିଯିବ। ୧୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜାଗା ପାଇଁ ମଧ୍ୟ ରାଜ୍ୟ ସରକାର ୬-୭ କୋଟି ଦେଇଛନ୍ତି। ଯେଉଁମାନେ ଏହି ବ୍ରିଜ ପାଇଁ ବିସ୍ଥାପିତ ହେବେ ସେମାନଙ୍କୁ ଥଇଥାନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଅନ୍ୟପଟେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କର ଏକ ଅଂଶ ବିଶେଷ ହୋଇଥିବା ବେଳେ ଏହି ଭିତ୍ତି ପ୍ରସ୍ତର ସ୍ଥାପନାରେ କୌଣସି ବିଜେପି ଜନପ୍ରତିନିଧିଙ୍କୁ ଡକାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା ବିଜେପି। ଏ ନେଇ ଜିଲ୍ଲା ବିଜେପି ଏକି ନିନ୍ଦା ପ୍ରସ୍ତାବ ପାରିତ କରିଛି।

Related Articles

Leave a Reply

Back to top button
error: Content is protected !!