ମୋଦିଙ୍କୁ ନବୀନଙ୍କ ଦାବି, ଦୀର୍ଘ ମିଆଦି ପାଇଁ ସହଯୋଗ କର

ଭୁବନେଶ୍ୱର: ଶୁକ୍ରବାକ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକ କରି ବାତ୍ୟା କ୍ଷତିକ୍ଷତି ବାବଦରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଅବସରରେ ନବୀନ କହିଛନ୍ତି ତତ୍କାଳ ସହଯୋଗ ନୁହେଁ ବରଂ ଦୀର୍ଘ ମିଆଦି ପାଇଁ ସହଯୋଗ ଦରକାର।
ପ୍ରତିବର୍ଷ ଓଡ଼ିଶା ବାତ୍ୟାର ସାମ୍ନା କରୁଛି। ତେଣୁ ଯେଉଁ ସବୁ ଅଞ୍ଚଳ ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଛି ସେହି ଅଞ୍ଚଳରେ ବାତ୍ୟାର ଭିତ୍ତିଭୂମି ଏକ ଦୀର୍ଘମିଆଦି ଭାବରେ ସଜାଡିବା ଦରକାର। ତେଣୁ ଭିତ୍ତିଭୂମି ଓ ବିଦ୍ୟୁତ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର। ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତେ ଉନ୍ନତ ଟେକେନୋଲୋଜିରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ସେବାର ଆବଶ୍ୟକତା ରହିଛି। ସେହିପରି ଦ୍ୱିତୀୟରେ କହିଛନ୍ତି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା ଦରକାର। ବାତ୍ୟାରେ ସମୁଦ୍ର ଜୁଆର ମାଡ଼ି ଆସିଛୁ ଏହା ଦ୍ୱାରା ଲମ୍ୱା ଲମ୍ୱା ଜୁଆର ମାଡ଼ି ଆସୁଛି। ତେଣୁ ଲୁଣି ପାଣି ପଶି ମାଟିର ଉର୍ବରତା ନଷ୍ଟ କରି ଦେଉଛି। ତେଣୁ ଏହି ସମସ୍ୟାର ସମାଧାନ ଆବଶ୍ୟକ ବୋଲି କହିଛନ୍ତି ନବୀନ।
ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ପାଖାପାଖି ଅଧ ଘଣ୍ଟାଏରୁ ଅଧିକ ସମୟ ବୈଠକ ହୋଇଥିଲା।
କେନ୍ଦ୍ର ସରକାରଙ୍କଠାରୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହିଁ ରାଜ୍ୟ। ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ ସରିଲା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଏସଆରସି ପ୍ରତିକ୍ରିୟାରେ କହିଛନ୍ତି। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶମାର୍ଗରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କ୍ଷତିକ୍ଷତି ଆକାଶମାର୍ଗରୁ ଥିଲେ।
ବୈଠକ ପରେ ନବୀନ ଟ୍ୱିଟ୍ କରି କହିଛନ୍ତି କାହିଁକି ସେ ତତ୍କାଳ ରାଜ୍ୟ ସରକାରଙ୍କ ପାଖରୁ ସହାୟତା ମାଗିଲେ ନାହିଁ? ମହାମାରୀ ବେଳେ କେନ୍ଦ୍ର ସରକାର ଚାପରେ ଅଛନ୍ତି। ତେଣୁ ରାଜ୍ୟ ଯାହା କରିପାରିବ କେନ୍ଦ୍ର ପାଖରୁ ମାଗି ମହାମାରୀ ବେଳେ ଚାପ ନପକାଇବାକୁ ଯାଇ ତତ୍କାଳ ସହାୟତା ମାଗିନଥିବା କହିଛନ୍ତି ନବୀନ।
As the country is at the peak of #COVID19 pandemic, we have not sought any immediate financial assistance to burden the Central Govt and would like to manage it through our own resources to tide over the crisis. #OdishaFightsYaas pic.twitter.com/1ScXEBp6LF
— Naveen Patnaik (@Naveen_Odisha) May 28, 2021