?????

ଆରପାରିରେ ସୁର ସମ୍ରାଜ୍ଞୀ ଲତା ମଙ୍ଗେଶକର

ମୁମ୍ବାଇ: ପରଲୋକରେ ସଙ୍ଗୀତ ଜଗତର ‘ସରସ୍ୱତୀ’। ବସନ୍ତ ପଞ୍ଚମୀ ଅବସରରେ ସବୁଠି ପୂଜାର ମାହୋଲ ରହିଛି । ହେଲେ ସରସ୍ୱତୀ ପୂଜାର ପରଦିନ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ପଳାଇଛନ୍ତି ଭାରତ ରତ୍ନ ଲତା ମଙ୍ଗେଶକର । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । 8 ଜାନୁଆରୀରେ ଲତା ମଙ୍ଗେଶକର କରୋନାରେ ସଂକ୍ରମିତ ହୋଇଥିଲେ । ହେଲେ ତାଙ୍କ ପାଖରେ ସେମିତି କୌଣସି ଲକ୍ଷଣ ନଥିଲା । ହେଲେ ବୟସ ଅଧିକ ହୋଇଥିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହସ୍ପିଟାଲରେ 29 ଦିନ ରହିବା ପରେ ଶେଷରେ ସେ ଆଖି ବୁଜିଛନ୍ତି।

ଲତାଙ୍କ ମୃତ୍ୟୁରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଲତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟଦାରେ ସମ୍ପନ୍ନ ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଲତାଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରି ସମେତ ସାରା ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। 36ଟି ଭାଷାରେ ସେ ସଙ୍ଗୀତ ଗାଇବା ସହିତ 50 ହଜାରରୁ ଅଧିକ ସଙ୍ଗୀତ ଗାନ କରିଥିଲେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ୱ ରାଜନୀତିକ ଦଳର ନେତା ଠାରୁ ଆରମ୍ଭ କରି ସେନିମା ଜଗତ ଲତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହିତ ଲତାଙ୍କ ବିୟୋଗ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତା ମଙ୍ଗେଶକରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଲତା ଦିଦିଙ୍କ ଗୀତ ଅନେକ ଭାବନା ସୃଷ୍ଟି କରିଥିଲା। ସେ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ହୋଇଥିବା ପରିବର୍ତ୍ତନକୁ ଅତି ନିକଟରୁ ଦେଖୁଥିଲେ। ଚଳଚ୍ଚିତ୍ର ବ୍ୟତୀତ, ସେ ସର୍ବଦା ଭାରତର ବିକାଶ ପାଇଁ ଆଗ୍ରହୀ ଥିଲେ। ସେ ସବୁବେଳେ ଏକ ଶକ୍ତିଶାଳୀ ତଥା ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ।

ଲତା ମଙ୍ଗେଶକରଙ୍କ ଦେହାନ୍ତ ଖବର ସହିତ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ସଂଗୀତଜ୍ଞ ତାଙ୍କ ମୃତ୍ୟୁକୁ ଏକ ବଡ଼ କ୍ଷତି ବୋଲି କହିଛନ୍ତି। ଏହାପୂର୍ବରୁ ଶନିବାର ଲତାଙ୍କ ଭଉଣୀ ଆଶା ଭୋସଲେଙ୍କୁ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଅବସ୍ଥା ବୁଝିଥିଲେ ।

Related Articles

Leave a Reply

Back to top button
error: Content is protected !!