?????

ସାବଧାନ ! ଲୋନ୍ କରାଇଦେବେ କହି ବ୍ୟାଙ୍କ୍ ଆକାଉଣ୍ଟକୁ ଆସୁଛି ଟଙ୍କା, ପରେ ହୋଇଯାଉଛି ଉଭାନ୍

ସମ୍ବଲପୁର: ମଙ୍ଗଳବାର ସମ୍ବଲପୁର ଅଇଁଠାପାଲି ପୋଲିସ ଦୁଇ ଲକ୍ଷ ଟଙ୍କା ସାଇବର ଜାଲିଆତି ମାମଲାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ଫେବୃଆରୀ 11ରୁ ଭୁବନେଶ୍ୱରରୁ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା। ଗିରଫ ଦୁଇ ଛାତ୍ର ଏକ ଘରୋଇ ଇଞ୍ଜିନିୟରିଂ କଲେଜର।

ଗିରଫ ହୋଇଥିବା ଛାତ୍ରମାନେ ଝାଡଖଣ୍ଡର ଦେଓଘର ଜିଲ୍ଲାର ମାଳନ୍ଦି ଗାଁର ରହମତ ଅନସାରୀ (22)। ବିଶାଳ ପାଣ୍ଡେ (21) ଝାଡଖଣ୍ଡର ପୂର୍ବ ସିଙ୍ଗଭୂମି ଜିଲ୍ଲା ଜଣ୍ଟା ମାର୍କେଟ ଷ୍ଟେସନ୍ ରୋଡର ଏବଂ ବିହାର ଜମୁଇ ଜିଲ୍ଲା ସିକନ୍ଦରା ରୋଡର ଗୌତମ (21) ବୋଲି ଜଣାପଡିଛି।। ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ 1.13 ଲକ୍ଷ ଟଙ୍କା, ନଅଟି ମୋବାଇଲ୍ ଫୋନ୍, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଏବଂ ଗୋଟିଏ ଲାପଟପ୍ ଜବତ କରିଛି।

ପୋଲିସ କହିଛି ଯେ ଅଭିଯୁକ୍ତମାନେ ଅଇଁଠାପାଲି ପୋଲିସ ଅଧିନରେ ଆସୁଥିବା ଅଙ୍ଗୁଳିପଦାର ସରୋଜ ଦାଶ (45) ନାମକ ବ୍ୟକ୍ତିଙ୍କୁ ଫୋନ୍ କରିଥିଲେ । ସରୋଜ ଫେବୃଆରୀ 5, 2022ରେ ଅନଲାଇନରେ ଲୋନ୍ ପାଇଁ ଆବେଦନ କରିଥିଲେ । ତେଣୁ ସେମାନେ କଲ୍ କରିଛନ୍ତି। 5 ଲକ୍ଷ ଟଙ୍କାର ଲୋନ୍ ହୋଇପାରିବ ବୋଲି ସେମାନେ କହିଥିଲେ। ଏହାପରେ ସରୋଜଙ୍କ ବ୍ୟାଙ୍କକୁ 5 ଲକ୍ଷ ଟଙ୍କା ଆସିଥିଲା। ଆଉ ଅଭିଯୁକ୍ତମାନେ ଜାଲିଆତି କରି 2 ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଇଦେଇଥିଲେ।

ତଦନ୍ତ ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୋଗକାରୀଙ୍କୁ 2 ଲକ୍ଷ ଟଙ୍କା ଠକେଇ କରିଥିବା ଏବଂ ସେମାନଙ୍କ ମଧ୍ୟରେ ରାଶି ଆଉ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା କଥା ସେମାନେ ସ୍ୱୀକାର କରିଛନ୍ତି। ଲୋଭନୀୟ ସ୍କିମ୍ ଜରିଆରେ ବିଜ୍ଞାପନ ଦେଖାଇ ଲୋକଙ୍କୁ ଆକର୍ଷିତ କରିବା ପାଇଁ ସେମାନେ ବିଭିନ୍ନ ସାଇଟରେ ଏପରି ପୋଷ୍ଟ କରନ୍ତି ବୋଲି ଗିରଫ ଅଭିଯୁକ୍ତ ସ୍ୱୀକାର କରିଛନ୍ତି । ଅଭିଯୋଗକାରୀ ଏତଲା ଦେବା ପରେ ପୁଲିସ ସମସ୍ତ କଲ ରେକର୍ଡ ଯାଞ୍ଚ କରିଥିଲା ବୋଲି ପୁଲିସ କହିିଛି ।

Related Articles

Leave a Reply

Back to top button
error: Content is protected !!