?????

ଝାରସୁଗୁଡା ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବରେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି ପୂନ କୁମାର ଜୁଟସି। ପୂର୍ବରୁ ଏହି ପଦବୀରେ କିଶୋର କୁମାର ସେନାପତି ଥିଲେ। ତାଙ୍କର ଏବେ ଦିଲ୍ଲୀକୁ ପଦୋନ୍ନତି ହୋଇଛି। ପବନ ଏହା ପୂର୍ବରୁ ଭୋପାଳ ବିମାନବନ୍ଦରରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଭିଜନର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଦାୟିତ୍ୱରେ ଥିଲେ।

ଜୁଟସି ଦାତିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କର ଫୋକସ ଏବେ ବିମାନ ବନ୍ଦରର ସାମଗ୍ରିକ ବିକାଶ ରହିବ। ଯେହେତୁ ସେ ନୂଆ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ତେଣୁ ସମସ୍ତଙ୍କ ସହ ସଂଯୋଗ କରିବା ପାଇଁ ସମସ୍ତ ବିଭାଗରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ନେଇ ଏକ ମିଳିତ ବୈଠକ ହେବ ବୋଲି ସେ କହିଛନ୍ତି। ଝାରସୁଗୁଡା ବିମାନ ବନ୍ଦର ସହିତ କିଭଳି ସଂଯୋଗ ବଢ଼ିବ ଏବଂ ବିମାନ ବନ୍ଦରର ବିକାଶ କିଭଳି ହେବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ନୂଆ ନିର୍ଦ୍ଦେଶକ ପବନ କହିଛନ୍ତି।

ଇଂରାଜୀରେ ପଢ଼ନ୍ତୁ: ଝାରସୁଗୁଡା ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ

Related Articles

Leave a Reply

Back to top button
error: Content is protected !!