?????

ଅକ୍ସିଜେନ କନସେନଟ୍ରେଟରସ ଦାନ କଲା ବାସୁ ଫାଉଣ୍ଡେସନ

ବ୍ରାଜରାଜନଗର: ବ୍ରଜରାଜନଗର ବାସିନ୍ଦାଙ୍କ ପାଇଁ 8 ଅକ୍ସିଜେନ କନସେନଟ୍ରେଟରସ ଦାନ କରିଛି ମୁମ୍ୱାଇର ବାସୁ ଫାଉଣ୍ଡେସନ। ବ୍ରଜରାଜନଗର ପାଇଁ ଅକ୍ସିଜେନ କନସେନଟ୍ରେଟରସ ଆବଶ୍ୟକତା ରହିଥିବାରୁ ଜୟନ୍ତ ଦୀକ୍ଷିତଙ୍କ ନାମକ ବ୍ୟକ୍ତି ଅକ୍ସିଜେନ କନସେନଟ୍ରେଟରସ ଦେବାକୁ ପ୍ରସ୍ତାବ ରଖିଥିଲେ। ପରେ ବାସୁ ଫାଉଣ୍ଡେସନ ଏହି 8ଟି ଅକ୍ସିଜେନ କନସେନଟ୍ରେଟର ଯୋଗାଇଛି। ଝାରସୁଗୁଡା ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତ ଏହାର ଉଦଘାଟନ କରିଥିଲେ।

8ଟି ଅକ୍ସିଜେନ କନସେନଟ୍ରଟରସ ମଧ୍ୟରୁ ଲାଖାନପୁର, ବେଲପାହଡ, ରାଜପୁରରେ ଗୋଟିଏ ଲେଖାଏଁ ଅକ୍ସିଜେନ କନସେନଟ୍ରେଟରସ ଯୋଗାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ଦୁଇଟି ଅକ୍ସିଜେନ କନସେନଟ୍ରେଟରସକୁ ବ୍ରଜରାଜନଗରର ଖାଲିଆଖଣି ବାସିନ୍ଦାଙ୍କୁ ଦିଆଯାଇଛି। ସେହିପରି ବାକି ତିନୋଟି ଅକ୍ସିଜେନ କନସେନଟ୍ରେଟରସକୁ ଇଏସଆଇ ୟୁଥ୍ ଆସୋସିଏସନକୁ ଦିଆଯାଇଛି। ପୂର୍ବରୁ ବାସୁ ଫାଉଣ୍ଡେସନ ବୌଦ୍ଧ, ସୋନପୁର ଏବଂ ସମ୍ୱଲପୁରକୁ ମଧ୍ୟ ଅକ୍ସିଜନ କନସେନଟ୍ରେଟରସ ଯୋଗାଇଛି। ପ୍ରତ୍ୟୁଷ ପଣ୍ଡା ନାମକ ସହୃଦୟ ବ୍ୟକ୍ତି ତାଙ୍କ ସ୍ୱର୍ଗତ ବାପା ବାସୁଦେବ ପଣ୍ଡାଙ୍କ ସ୍ମୃତିରେ ଏହି ଫାଉଣ୍ଡେସନ ତିଆରି କରିଛନ୍ତି।

କରୋନା ମହାମାରୀ ବେଳେ ସାରା ଦେଶରେ ଅକ୍ସିଜନର ଅଭାବ ରହିଛି। ଯଦିଓ ଏବଂ ସଂକ୍ରମଣ କମୁଥିବାରୁ ଏହାର ଚାହିଦା କମିଛି କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଏବେ ସାରା ରାଜ୍ୟ ତଥା ଦେଶ ପ୍ରସ୍ତୁତ ହେଉଛି।

Related Articles

Leave a Reply

Back to top button
error: Content is protected !!