ପଶ୍ଚିମାଝଡ ପ୍ରଭାବରେ ଝାରସୁଗୁଡା ସମେତ କିଛି ସ୍ଥାନରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ଫେବୃଆରୀ 16ରେ ଝାରସୁଗୁଡା ସମେତ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ପଶ୍ଚିମାଝଡ ପ୍ରଭାବରେ ଏପରି ହୋଇପାରେ ବୋଲି ରବିବାର ପାଣିପାଗ ବିଭାଗ ଆକଳନ କରିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅନେକ ଅଂଶରେ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରାକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ହାଲକା ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି। ଏହି ଅବଧି ମଧ୍ୟରେ ରାଜ୍ୟର କିଛି ଅଂଶରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି।
????????? ?? ???????? ????????? ?? ?????????? ??????? ???? ???????? ?????? ?????
???? ????? ??? ??????? ? ?? ? ??????? ???? ?????? ???? ?????? ?????????
— Meteorological Centre, Bhubaneswar (@mcbbsr) February 13, 2022
ତେବେ ଫେବୃଆରୀ 15 ପର୍ଯ୍ୟନ୍ତ ଓଡିଶାରେ ପାଣିପାଗ ପ୍ରାୟତଃ ଶୁଖିଲା ରହିବ। ଆଞ୍ଚଳିକ ପାଣିପାଗ କହିିଛି କେନ୍ଦ୍ର କହିଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିରେ ତାପମାତ୍ରାର କୌଣସି ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ଏହା 5 ଡିଗ୍ରୀ ସେଲସିୟସ ବଢିପାରେ ।
#Weather briefing (In #Hindi) by Scientist-C: Dr. Sanjeev Dwivedi for next five days, based on 0830 Hrs IST observation of #13th February, 2022.https://t.co/fOfmtJTHSU
— Meteorological Centre, Bhubaneswar (@mcbbsr) February 13, 2022