?????

ବ୍ରଜରାଜନଗର ଉପ ନିର୍ବାଚନ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଜି ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପୂର୍ବରୁ ମଙ୍ଗଳବାର ଜିଲ୍ଲାପାଳ ଏ ନେଇ ଏକ ପ୍ରସ୍ତୁତି ବୈଠକ କରିଥିଲେ । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଏହି ବୈଠକ କରିଥିଲେ।

ମେ ୩୧ରେ ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏବଂ ଉପ-ନିର୍ବାଚନ ସଂକ୍ରାନ୍ତ ଅନ୍ୟ ସ୍ୱତନ୍ତ୍ର ନିୟମ ଆଜିଠାରୁ ଲାଗୁ ହେବ ବୋଲି ବୈଠକ ପରେ ଜଣାପଡ଼ିଛି।

ଉପ-ନିର୍ବାଚନ ପାଇଁ ୫ଟି ଏସଏସପି ଏବଂ ୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ନିର୍ବାଚନ କମିଶନଙ୍କ ପୋର୍ଟାଲ ଜରିଆରେ ଯାହା ଅଭିଯୋଗ ଆସିବ ତାକୁ ଅନୁଧ୍ୟାନ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶାନ୍ତିପୂର୍ଣ୍ଣ ନିର୍ବାଚନ ଓ ନକ୍ସଲି ହିଂସା କୁ ଏଡେଇବା ଲାଗି ବର୍ଡର ସିଲ୍ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ, ମେ ୪ରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ତାରିଖ ହେଉଛି ମେ ୧୧ । ପ୍ରାର୍ଥୀପତ୍ର ଯାଞ୍ଚ ପାଇଁ ମେ ୧୨ ତାରିଖ ଧାର୍ଯ୍ୟ ହୋଇଛି । ମେ ୧୭ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ୩୧ ମେ ରେ ହେବ ନିର୍ବାଚନ ଏବଂ ଜୁନ୍ ୩ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Related Articles

Leave a Reply

Back to top button
error: Content is protected !!