ଗାଡ଼ି କାଗଜ ପତ୍ରର ବୈଧତା ବଢ଼ାଇଲା କେନ୍ଦ୍ର

0
74

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଗାଡ଼ିର ଫିଟ୍‌ନେସ୍‌, ସମସ୍ତ ପ୍ରକାର ପରମିଟ୍‌, ଲାଇସେନ୍ସ, ପଞ୍ଜୀକରଣ ଓ ଅନ୍ୟାନ୍ୟ ସମ୍ପର୍କୀତ ନଥିପତ୍ର ଇତ୍ୟାଦିର ବୈଧ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଛନ୍ତି। ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ ସମ୍ପର୍କୀତ ଅନୁଯାୟୀ ସରକାର ଏହି ବୈଧତା ବଢ଼ାଇଛନ୍ତି।

ଯେଉଁ ଦସ୍ତାବିଜ୍ ବୈଧତା ଫେବୃୟାରୀ ପହିଲା ୨୦୨୦ରେ ସମାପ୍ତ ହୋଇଛି ବା ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ଅଛି ସେ ସମସ୍ତ କାଗଜପତ୍ର ପ୍ରତି ଏହା ଲାଗୁ ହେବ। ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏ ସମସ୍ତ କାଗଜପତ୍ରର ବୈଧତା ୩୦ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିଛି ବୋଲି ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପୂର୍ବରୁ ଏପ୍ରିଲ ୩୦, ଜୁନ ୯, ୨୪ଅଗଷ୍ଟ, ୨୭ ଡିସେମ୍ବର ୨୦୨୦ ଓ ୨୬ମାର୍ଚ୍ଚ ୨୦୨୧ରେ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଏବେ ବି ସମାନ ମାର୍ଦଦର୍ଶିକା ଜାରି ରହିବ।