?????

ହକି ବିଶ୍ୱକପର ବିଜେତା ହେଲା ଆର୍ଜେଣ୍ଟିନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ମହାକୁମ୍ଭ ଶେଷ ହୋଇଛି। ୧୬ ବର୍ଷର ବ୍ୟବଧାନ ପରେ ଆର୍ଜେଣ୍ଟିନା ଦ୍ୱିତୀୟ ଥର ହକି ମହାକୁମ୍ଭର ଟାଇଟେଲ ହାତେଇଛି । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିଲା ହକି ବିଶ୍ୱକପ୍ । ରବିବାର ଅର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଉଭୟ ଦଳ ଟାଇଟେଲ ପାଇଁ ଜବରଦସ୍ତ ଲଢିଥିଲେ । ମୁଖ୍ୟତଃ ଫର୍ଥ କ୍ଵାଟର୍ ରୋମାଞ୍ଚକ ନେଇଥିଲା। ଗୋଟିଏ ପରେ ଗୋଟିଏ ଗୋଲ ବର୍ଷା ହୋଇଥିଲା ଉଭୟ ଦଳ ତରଫରୁ।

ଖେଳର ପ୍ରଥମ କ୍ୱାଟର୍ ଓ ଦ୍ଵିତୀୟ କ୍ୱାଟରରେ ଗୋଟିଏ ଲେଖାଏଁ ଗୋଲ କରି ଜର୍ମାନୀକୁ ଚାପରେ ପକେଇଥିଲା, କିନ୍ତୁ ଜର୍ମାନୀ ତରଫରୁ ଦ୍ଵିତୀୟ ହାଫ୍ ରେ ଜବରଦସ୍ତ କମ୍ ବେକ କରିଥିଲା। ଉଭୟ ଥାର୍ଡ ଓ ଫୋର୍ଥ କ୍ୱାଟରରେ ଗୋଟିଏଁ ଲେଖାଏଁ ଗୋଲ କରି ସ୍କୋର ବରାବର କରିଥିଲେ।

ପରବର୍ତ୍ତୀ ସମୟରେ ଅର୍ଜେଣ୍ଟିନା ଆଉ ଏକ ଗୋଲ ସ୍କୋର କରି ୩-୨ ରେ ଲିଡ଼ କରିଥିଲା ଏବଂ ଶେଷ ମିନିଟ ରେ ଆଉ ଗୋଲ କରି ୪-୨ରେ ଜର୍ମାନୀକୁ ହରେଇ ବିଶ୍ଵ ବିଜେତା ହେଲା ଅର୍ଜେଣ୍ଟିନା। ଆର୍ଜେଣ୍ଟିନା ତରଫରୁ ହ୍ୟାଟ୍ରିକ ଗୋଲ୍ କରିଥିଲେ ଲୋଟାରୋ ଡୋମେନ। ଜର୍ମାନୀ ତରଫରୁ ହେନର ଜୁଲିଅସ ଏବଂ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଏହା ସହିତ ୧୬ ବର୍ଷର ବ୍ୟବଧାନ ପରେ ଆର୍ଜେଣ୍ଟିନା ଦ୍ୱିତୀୟ ଥର ଟାଇଟଲ ହାତେଇଛି । ପ୍ରଥମେ ଆର୍ଜେଣ୍ଟିନା ୨୦୦୫ ମସିହାରେ ଏହି ଟାଇଟେଲ ହାତେଇଥିଲା।

Related Articles

Leave a Reply

Back to top button
error: Content is protected !!