?????

ଭାରତ ପାଇଁ ସୁନା ଆଣିଲେ ସୁନାପୁଅ ନିରଜ

ଟୋକିଓ: ଅଲିମ୍ପିକ୍ସରେ ପୁଣି ଭାରତ ହାତେଇଛି ଆଉ ଦୁଇଟି ପଦକ। ଆଜି (ଶନିବାର) ଟୋକିଓରେ ସ୍ୱର୍ଣ୍ଣ (ଗୋଲ୍ଡ ମେଡାଲ) ପଦକ ଜିଣିଛନ୍ତି ଆଥେଲେଟର ନିରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସର ଆଜି ଥିଲା ୧୬ ତମ ଦିନ । ଆଉ ଆଜି ଭାରତ ପାଇଁ ଥିଲା ଆନ୍ଦନ ଉଲ୍ଲାସର ଦିନ । କାରଣ ଇତିହାସ ରଚିଛନ୍ତି ସୁନାପୁଅ ନିରଜ । ସେ ଜାଭଲିନ୍ ଥ୍ରୋର ଫାଇନାଲରେ ଅନ୍ୟ ଖେଳାଳିଙ୍କୁ ମାତ୍‌ଦେଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏଥିସହ ନିରଜ ପ୍ରଥମ ଭାରତୀୟ ଖେଳାଳି ଭାବେ ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇ ପାରିଛନ୍ତି । ଏହା ପୂର୍ବରୁ ଭାରତକୁ ଅନ୍ୟ ପ୍ରତିଯୋଗିତାରେ ରୌପ୍ୟ(ସିଲଭର ମେଡାଲ) ଏବଂ କାଂଶ୍ୟ(ବ୍ରୋଞ୍ଜ ମେଡାଲ) ପଦକ ମିଳିଛି।

ସର୍ବମୋଟ ୧୨ଜଣ ଖେଳାଳି ଆଜି ଜାଭଲିନ୍ ଥ୍ରୋ ଫାଇନାଲରେ ଭାଗ ନେଇଥିଲେ । ଏଥିରେ ସମସ୍ତ ଖେଳାଳିଙ୍କୁ ଏକାଧିକ ବାର ଥ୍ରୋ କରିବାକୁ ସୁଯୋଗ ଦିଆଯାଇଥିଲା । ପ୍ରାରମ୍ଭରୁ ଭାରତୀୟ ଖେଳାଳି ନିରଜ ଚୋପ୍ରା ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ପ୍ରୟାସରେ ସେ ୮୭.୦୩ ମିଟର ଅତିକ୍ରମ କରିଥିଲେ । ଦ୍ୱିତୀୟ ପ୍ରୟାସରେ ନିରଜ ୮୭.୫୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ହେଲେ ସୁଯୋଗରେ ଯେଉଁ ଖେଳାଳି ଥ୍ରୋ କରିଥିଲେ ତାଙ୍କ ରେକର୍ଡକୁ କାଟି ପାରି ନଥିଲେ । ଦେଶର ପ୍ରଥମ ଖେଳାଳି ଭାବେ ନିରଜ ଚୋପ୍ରା ଅଲିମ୍ପିକ୍ସର ଗୋଲ୍ଡ ମେଡାଲ ବିଜୟୀ ହୋଇଛନ୍ତି । ଏନେଇ ନିରଜଙ୍କୁ ସମସ୍ତ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଖାଲି ସେତିକି ନୁହେଁ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ମଧ୍ୟ ପ୍ରଶଂସା ସହ #NeerajChopra ଟ୍ରେଣ୍ଡ୍ ହେବାରେ ଲାଗିଛି ।

ପୂର୍ବରୁ ଭାରତକୁ କୁସ୍ତିରେ ବଜରଙ୍ଗ ପୁନିଆ ଭେଟି ଦେଇଛନ୍ତି ବ୍ରୋଞ୍ଜ ମେଡାଲ । ଫଳରେ ଆଜି ଦୁଇଟି ପଦକ ହାତେଇଛି ଭାରତ। ଏହା ପୂର୍ବରୁ ଭାରତ ୨ଟି ସିଲଭର ଏବଂ ୩ଟି ବ୍ରୋଞ୍ଜ ପଦକ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୭ଟି ମେଡାଲ ହାତେଇଛି ।

Related Articles

Leave a Reply

Back to top button
error: Content is protected !!