?????

ଅଟୋ ଡ୍ରାଇଭରଙ୍କୁ ହତ୍ୟା !

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ପଞ୍ଚପଡା ବାଲିଘାଟ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା । ମୃତ ବ୍ୟକ୍ତି ଜଣକ ହେଲେ ପ୍ରମୋଦ ସିଂହ । ତାଙ୍କୁ କେହି ଜଣେ ବ୍ୟକ୍ତି ହତ୍ୟା କରିଥିବା କୁହାଯାଉଛି। ପ୍ରମୋଦ ପେଶାରେ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃକକଙ୍କ ଘର ସୁନ୍ଦରଗଡ ଭସ୍ମ ଅଂଚଳର ବୋଲି ଜଣାପଡିଛି।

ମଙ୍ଗଳବାର ସନ୍ଧ୍ୟାରେ ଝାରସୁଗୁଡା ସଦର ପୋଲିସ ଷ୍ଟେସନ ପଞ୍ଚପଡା ଅଞ୍ଚଳର ବାଲୁ ଘାଟ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ନେଇ ଖବର ପାଇଥିଲା। ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଫୋରେନସିକ୍ ଟିମକୁ ମଧ୍ୟ ସାଙ୍ଗରେ ଆଣିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶରୀରରେ ଏକ ତୀକ୍ଷ୍ଣ ଧାରୁଆ ଅସ୍ତ୍ରର ଏକାଧିକ ଆଘାତ ଚିହ୍ନ ରହିଛି।

ଝାରସୁଗୁଡା ଏସଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଅପରାହ୍ନରେ ପଞ୍ଚପଡାର ବାଲୁଘାଟ ନିକଟରେ ପଡ଼ିଥିବା ଏକ ମୃତଦେହ ସମ୍ପର୍କରେ ସୂଚନା ପାଇଥିଲୁ। ଏହାପରେ ମୃତବ୍ୟକ୍ତିର ଦେହରେ ଏକାଧିକ ଆଘାତ ଲାଗିଛି। ଏହାପରେ ମୃତ ବ୍ୟକ୍ତିକୁ ଚିହ୍ନଟ କରିଥିଲୁ। ସେ ସୁନ୍ଦରଗଡ ପୋଲିସ ଷ୍ଟେସନର ଭସ୍ମାର ବାସିନ୍ଦା ଥିଲେ। ତଦନ୍ତ ଚାଲିଛି, ଦୁଇ କିମ୍ବା ଏହାଠୁ ଅଧିକ ଲୋକ ଏହି ଅପରାଧ କରିଥାଇ ପାରନ୍ତି।

Related Articles

Leave a Reply

Back to top button
error: Content is protected !!