?????
ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ଦୂରୀକରଣ ଅଭିଯାନ ଶେଷ
ଝାରସୁଗୁଡା: ମହିଳା ଓ ବାଳିକାମାନଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ 16 ଦିନ ଧରି ଚାଲିଥିବା ଅଭିଯାନ ଶେଷ ହୋଇଛି। ଶେଷ ଦିନରେ ଓଏସସି ପକ୍ଷରୁ ଝାରସୁଗୁଡ଼ା ରେଳ ଷ୍ଟେସନରେ ଏକ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇଥିଲା। ଝାରସୁଗୁଡ଼ା ଜିଆରପିଏସ୍ ଆଇଆଇସି ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରୀ, ମହିଳା ଓ ଶିଶୁମାନେ ସହଯୋଗ କରିଥିଲେ।