?????

କରୋନାର ଦ୍ୱିତୀୟ ଲହରରେ ପ୍ରାଣ ହରାଇଲେଣି 269 ଡାକ୍ତର!

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଭଗବାନ ସାଜିଥିବା ଡାକ୍ତର ମଧ୍ୟ ଏହି ପ୍ରାଣଘାତୀର ଭାଇରସର ଶିକାର ହେଉଛନ୍ତି। ଆଉ କରୋନାର ଦ୍ୱିତୀୟ ଲହରରେ ଏଯାବତ 269 ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପଦ୍ମଶ୍ରୀ ଏବଂ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ପୂର୍ବତନ ଭାପତି କେ. କେ ଅଗ୍ରୱାଲଙ୍କ କୋଭିଡରେ ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀ ଏମ୍ସରେ ତାଙ୍କର ବିୟୋଗ ଘଟିଛି। ସବୁଠୁ ବଡ଼ କଥା କେ. କେ ଅଗ୍ରଓ୍ୱାଲ କୋଭିଡର ଦ୍ୱିତୀୟ ଡୋଜ ନେଇସାରିଥିଲେ।

ଆଇଏମଏ ଅନୁଯାୟୀ, ଦ୍ୱିତୀୟ ଲହରରେ ମୋଟ୍ 269 ଡାକ୍ତର ପ୍ରାଣ ହରାଇଛନ୍ତି। ଏହି ଡାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବୟସ 30 ରୁ 55 ବର୍ଷ ମଧ୍ୟରେ ଥିଲା। ତେବେ ବିହାରରେ ସର୍ବାଧିକ ସଂଖ୍ୟକ ଡାକ୍ତର ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ବିହାରରେ ଏପର୍ଯ୍ୟନ୍ତ ମୋଟ 78 ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ଉତ୍ତରପ୍ରଦେଶରେ 37, ଦିଲ୍ଲୀରେ 28, ଆନ୍ଧ୍ରପ୍ରଦେଶରେ 22, ତେଲେଙ୍ଗାନାରେ 19, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ 14 ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି।

Related Articles

Leave a Reply

Back to top button
error: Content is protected !!