ଝାରସୁଗୁଡା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

0
202

ଝାରସୁଗୁଡା: ସୋମବାର କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ମନ୍ତ୍ରୀ ଝାରସୁଗୁଡା ରେଳ ଷ୍ଚେସନରେ ରେଳ ପ୍ରକଳ୍ପୁ ଅଗ୍ରଗତିର ସମୀକ୍ଷା କରିବେ । କଣ କଣ ପଦକ୍ଷେପ ନିଆଯାଇଛି ସେ ନେଇ ମଧ୍ୟ ଆଲୋଚନା କରିବେ ।

ରେଳମନ୍ତ୍ରୀ ଆସୁଥିବାରୁ ଝାରସୁଗୁଡାରେ ଆସି ପହଂଚିଛନ୍ତି ଚକ୍ରଧରପୁର ଡିଭିଜନର ରେଲଓ୍ୱେ ମ୍ୟାନେଜର ବିଜୟ କୁମାର ସାହୁ । ଶନିବାର ସେ ପହଂଚିବା ପରେ ରେଳମନ୍ତ୍ରୀଙ୍କ ଗସ୍ତ ନେଇ ସେ ସୂଚନା ଦେଇଥିଲେ। ମନ୍ତ୍ରୀ ଏହି ଗସ୍ତ ସମୟରେ ଝାରସୁଗୁଡା ଷ୍ଟେସନର ଜ୍ୟାନେରାଲ ମ୍ୟାନେଜର ଏବଂ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏମିତିକି ଯାତ୍ରୀଙ୍କ ସୁବିଧା ପାଇଁ ଥିବା ସେବାକୁ ନେଇ ଆଲୋଚନା କିରବେ ବୋଲି ବିଜୟ ସାହୁ କହିଛନ୍ତି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।