?????

ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ । ଏହି ପାଞ୍ଚ ଜିଲ୍ଲା ହେଲା ଗଜପତି, ଗଞ୍ଜାମ, ରାୟାଗଡା, କୋରାପୁଟ, ଏବଂ ମାଲକାନଗିରି । ଏହାବାଦ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବୈଦ୍ଧ, ଜଗତସିଂହପୁର ଏବଂ କଟକରେ ବଜ୍ରପାତ ସହ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି ।

ଆଇଏମଡିର ଆକଳ ଅନୁଯାୟୀ, ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ-ବଙ୍ଗୋପସାଗର ଅଞ୍ଚଳରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ବଙ୍ଗୋପସାଗର ଉପକୂଳରେ ସକ୍ରିୟ ଏବଂ ଏହା ସହ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୫.୮ କିମି ଯାଏଁ ବାୟୁମଣ୍ଡଳରେ ସକ୍ରିୟ ରହିଛି ।

Related Articles

Leave a Reply

Back to top button
error: Content is protected !!